ଅନୁସୂଚିତ ଜାତି କଂଗ୍ରେସ ଦ୍ୱାରା ମାନ୍ୟବର କାଂଶୀରାମଜୀଙ୍କ ଜୟନ୍ତୀ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର):  ଅଖିଳ ଭାରତ କଂଗ୍ରେସ ଅନୁସୂଚିତ ଜାତି ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପାଲ ଗୌତମଙ୍କ ନିର୍ଦ୍ଦେଶ ଅନୁଯାୟୀ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ଆଜି କଂଗ୍ରେସ ଭବନ ଠାରେ ସମାଜବାଦ ଓ ସମାନତାର ବାର୍ତ୍ତାବହ ସ୍ୱର୍ଗୀୟ ମାନ୍ୟବାର କାଂଶୀରାମଜୀଙ୍କ ୯୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସମ୍ବିଧାନ ସୁରକ୍ଷା ନାମକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ଚକ୍ରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ସର୍ବପ୍ରଥମେ ଏଆଇସିସି ପ୍ରଭାରୀ ଶ୍ରୀଯୁକ୍ତ ଅଜୟ କୁମାର ଲଲ୍ଳୁ ଏହି ଆଲୋଚନା ଚକ୍ରକୁ  ସ୍ୱର୍ଗତ କାଂଶୀରାମଜୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଦେଇ ଅୟମାରମ୍ଭ କରିଥିଲେ । ତଦ୍‌ପଶ୍ଚାତ ଏହି ଆଲୋଚନା ଚକ୍ରରେ ଯୋଗଦେଇ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ନକୁଳ ନାୟକ ଆଜିର ରାଜନୀତିରେ କାଂଶୀରାମଜୀଙ୍କ ଜୀବନ ଦର୍ଶନ ଆଉ ଦେଖିବାକୁ ମିଳୁନାହିଁ ବୋଲି ମତବ୍ୟକ୍ତ କରିଥିଲେ । ବିଭାଗର ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ ସ୍ୱର୍ଗତ କାଂଶୀରାମଜୀଙ୍କୁ ସ୍ମରଣ କରି କହିଥିଲେ ଯେ ତାଙ୍କ ଜୀବନଶୈଳୀ ଓ ଆଦର୍ଶରେ ଆଜିର ରାଜନେତାମାନେ ଅନୁପ୍ରାଣିତ ହୋଇ ସମାଜ ହିତରେ କାର୍ଯ୍ୟକରିବା ଉଚିତ ଏବଂ ଆଗାମୀ ୧୫ ତାରିଖ ସ୍ୱର୍ଗତ କାଂଶୀରାମଜୀଙ୍କ ଜନ୍ମଦିନରେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲାରେ ଅନୁସୂଚିତ ଜାତି ବିଭାଗ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ସମସ୍ତ ଜିଲ୍ଲା ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ ।

csp

ଉକ୍ତ ଆଲୋଚନା ଚକ୍ରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ମନୋରଞ୍ଜନ ଦାଶ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକ, ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ଶ୍ରୀ ବିଭୁ ପ୍ରସାଦ ମିଶ୍ର, ପ୍ରବକ୍ତା ଶ୍ରୀ ରଜନୀ ମହାନ୍ତି, ସାମାଜିକ ଗଣମାଧ୍ୟମ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ ପ୍ରଧାନ, ସେବାଦଳ କର୍ମକର୍ତ୍ତା କୁମାରୀ ଉଷାରାଣୀ ବେହେରା, ଶ୍ରୀ ଖଗେଶ୍ୱର ମଲ୍ଲିକ, ରାଜ୍ୟ ଅନୁସୂଚିତ ଜାତି ବିଭାଗର ସାଧାରଣ ସମ୍ପାଦକ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ନାୟକ, ସୁରେନ୍ଦ୍ର ଦାସ, ରଞ୍ଜନ ଭୋଇ, ମଂଟୁ ମଲ୍ଲିକ, ସମ୍ପାଦକ ଶ୍ରୀ ପ୍ରମୋଦ ମଲ୍ଲିକ, ପ୍ରଫୁଲ୍ଲ ଜେନା, ପୂର୍ବତନ ସରପଞ୍ଚ ଶିବରାମ ମଲ୍ଲିକ, ୱାର୍ଡ ସଭ୍ୟ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀଧର ମଲ୍ଲିକ, ପୁରୀ ଜିଲ୍ଲା ଉପାଧ୍ୟକ୍ଷ ଡ. ଜୟନ୍ତ ବେହେରା ପ୍ରମୁଖ ଉକ୍ତ ଆଲୋଚନା ଚକ୍ରରେ ଯୋଗଦେଇଥିଲେ ।