ଆର୍.ଉଦୟଗିରି କଲ୍ୟାଣ ମଣ୍ଡପରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଆଜି “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫-୨୬” ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଯାଇଛି l ଯେଉଁଥିରେ ମୋଟ ୨୮୬ ଜଣ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିଥିଲେ । ଏହି ଶିବିରରେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ୨୦୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନୂତନ UDID କାର୍ଡ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଅନ୍ୟାନ୍ୟ ସହାୟକ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା । ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀମତୀ ଉଚ୍ଛର୍ଗିତା ବଡ଼ରଇତ, ଶ୍ରୀ ଶାନ୍ତନୁ ପାଢ଼ୀ, CDMO, DHH, ଗଜପତି, ଆର୍.ଉଦୟଗିରି ବି.ଡି.ଓ ଶ୍ରୀ ଲରିମନ ଖରସେଲ, ଶ୍ରୀ ଲକ୍ଷ୍ମୀ ନାରାୟଣ ଶବର, ଚେୟାରମେନ, ଶ୍ରୀମତୀ ନିବେଦିତା ପଣ୍ଡା, MO ଏବଂ ଶ୍ରୀମତୀ ଲଲିତା ପୂଜାରୀ, CDPO ଅତିଥି ଭାବେ ଯୋଗଦେଇ ଦୁଇଜଣ ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ବିବାହ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଆର୍.ଉଦୟଗିରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (BSSO) ଶ୍ରୀ ଅରୁଣ କୁମାର ଉଦୟଭାନୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଓ ସରକାରୀ ପଦାଧିକାରୀଙ୍କ ସହଯୋଗରେ ଏହି ଜନହିତକର କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା ।