ଆର.ଉଦୟଗିରିରେ ଆତ୍ମା କମିଟି ଚୟନରେ ଅନିୟମିତତା ଅଭିଯୋଗ ୨୦୨୫ ସେପ୍ଟେମ୍ବରରୁ ଚୟନ ହୋଇପାରୁନି ଅଧ୍ୟକ୍ଷ: ବେଫିକର ଜିଲ୍ଲା କୃଷି ଅଧିକାରୀ, କାମକରୁନି ମୋହନା ବିଧାୟକଙ୍କ ଅଭିଯୋଗ….

ରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କୃଷି ବିଭାଗ ଏକ ପ୍ରମୁଖ ଅଙ୍ଗ । କୃଷି ବିଭାଗ ହିଁ ଗଠନ କରିଥାଏ ବ୍ଳକ ଫାର୍ମର ଆଡ଼ଭାଇଜୋରୀ କମିଟି(ବିଫାକ) । ଏହି ବିଭାଗ ହିଁ ଆତ୍ମା ଅଧ୍ୟକ୍ଷ ଚୟନ କରିଥାନ୍ତି । ଆଉ ଏହି କମିଟି ଜରିଆରେ ନିର୍ଦ୍ଧାରଣ ହୋଇଥାଏ ସରକାରଙ୍କ ବିଭିନ୍ନ ଯୋଜନା କେମିତି କାର୍ଯ୍ୟକାରୀ କରାଯିବ ଓ ସମସ୍ତ ଚାଷୀ ଏହାର ଯେମିତି ସୁଫଳ ପାଇବେ । ବିଭାଗର ସଦସ୍ୟ ହେବା ପାଇଁ ଚୟନ ସମୟରେ ବ୍ଳକରେ ଥିବା ସମସ୍ତ ବିଭାଗ ଉଦ୍ୟାନକୃଷି, ସମନ୍ବିତ ଶିଶୁ ବିକାଶ ବିଭାଗ, ପଶୁ ଚିକିତ୍ସା ବିଭାଗ, ବ୍ଳକକୁ ମିଶାଇ ସମୁଦାୟ ୨୪ଜଣ ଚାଷୀଙ୍କ ନାମ ସୁପାରିଶ ହୋଇଥିଲା । ୨୦୨୫ ମସିହା ସେପ୍ଟେମ୍ବର ମାସରେ ଏହାର ଏକ ତାଲିକା ଗଜପତି ଜିଲ୍ଲାପାଳଙ୍କୁ ଅନୁମୋଦନ ପାଇଁ ପଠାଯାଇଥିଲା ।  କିନ୍ତୁ ଅନୁସନ୍ଧାରୁ ଜଣାଯାଉଛି ଯେ କିଛି ନିର୍ଦ୍ଧିଷ୍ଟ  ବ୍ୟକ୍ତିଙ୍କୁ ଅଧକ୍ଷ ଚୟନ ପାଇଁ ଆର.ଉଦୟଗିରି ବ୍ଲକର ରାମଗିରି ଜିଲ୍ଲାପରିଷଦ ଜୋନର ପ୍ରତୀନିଧିତ୍ୱ ଓ ଗୋଟିଏ ଗ୍ରାମର ବିଭିନ୍ନ ନିୟମକୁ ଆଳ କରି ୫ ଜଣ ସଭ୍ୟ  ଚୟନ କରାଯାଇଥିବା  ବେଳେ  ମାଛ ଚାଷ କରୁ ନଥିବା ଚାଷୀଙ୍କୁ ମାଛ ଚାଷୀ, ପଶୁପାଳନ କରୁନଥିବା ଚାଷୀଙ୍କୁ ପଶୁ ଚାଷୀ, କୃଷିବିଭାଗର କୌଣସି କାର୍ଯ୍ୟକ୍ରମରେ ହିତାଧିକାରୀ ନଥିବା ଚାଷୀଙ୍କୁ ଅଗ୍ରଣୀ ଚାଷୀ ଓ ବ୍ଲକର ଅଧକ୍ଷଙ୍କୁ ନଜଣାଇ ପି ଆର ଆଇ  ସଭ୍ୟ ଭାବେ ମନୋନୀତ କରାଯାଇଛି l ତତ୍କାଳୀନ ଜିଲ୍ଲାପାଳଙ୍କ ଦ୍ୱାରା  ମଧ୍ୟ ଏହି ତାଲିକାକୁ ଅନୁମୋଦିତ  କରାଯାଇଛି ଓ ଅଧ୍ୟକ୍ଷ ଚୟନ  ପାଇଁ  ବ୍ଲକ କୃଷି ଅଧିକାର ତଥା ବିଟିଟି  ସଂଯୋଜକ ଆୟୋଜନ କରୁଥିବାର  ଖବର  ପାଇ ନଭେମ୍ବର ମାସ ୧୩ ତାରିଖରେ ଚିଠି ନଂ-୩୦୪୮\୨୫ ପ୍ରକାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜର ଲେଟରରେ କମିଟି ଚୟନରେ ଚଞ୍ଚକତା କରାଯାଇଛି ବୋଲି ତତ୍କାଳୀନ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ  l ଏହି ଚିଠିରେ କହିଛନ୍ତି ଯେ ସେ ଜଣେ ଚାଷୀ ହୋଇ ମଧ୍ୟ ତାଙ୍କୁ ସୁଚନା ଦିଆଯାଇନାହିଁ । ପଞ୍ଚାୟତ ସମିତି ଅଧ୍ୟକ୍ଷ ଏହି ଚୟନ ବିଷୟ ଜାଣନ୍ତି ନାହିଁ । ଆର.ଉଦୟଗିରି ବ୍ଳକ ଅଧିକାଂଶ ଜଣାଶୁଣା ଚାଷୀ ମଧ୍ୟ ଏହି ଚୟନ ବିଷୟ ଜାଣନ୍ତି ନାହିଁ । ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି ବୋଲି ଅଭିଯୋଗ କରିବା ସହ ଜିଲ୍ଲା କୃଷି ଅଧିକାରୀ ବିଭାଗକୁ ନିଜସ୍ବ ସମ୍ପତ୍ତି ଭାବେ ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ଗମାଙ୍ଗ ଅଭିଯୋଗ ଆଣିଛନ୍ତି । ଦଳମତ ନିବିଶେଷରେ ସମସ୍ତ ଦଳରୁ ଏହି କମିଟିରେ ରହିବା କଥା ତେବେ ଏହାର ଉଲଂଘନ କରାଯାଉ ନିଜ ଇଛା ମୁତାବକ କୃଷି ବିଭାଗ ଚୟନ କରିଛି  ବୋଲି ଅଭିଯୋଗ କରବା ସହ ଯଥାଶୀଘ୍ର ଏହି କମିଟି ପୂନଃ ଗଠନ କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀ ଗମାଙ୍ଗ । ତେବେ ଏ ସମ୍ପର୍କରେ କୃଷି ବିଭାଗ ପକ୍ଷରୁ ସମସ୍ତ ଗାଇଡଲାଇନକୁ ଅନୁସରଣ କରାଯାଇଛି ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି । କିନ୍ତୁ ବିଧାୟକଙ୍କୁ  ଅବମାନନା କରାଯାଇ ସ୍ୱଳ୍ପ ସମୟ ବ୍ୟବଧାନରେ ଜିଲ୍ଲାପାଳଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ କମିଟି ସଭ୍ୟସଭ୍ୟାମାନଙ୍କୁ ଡକାଇ ବ୍ଲକ କୃଷି ଅଧିକାର ତଥା ବିଟିଟି  ସଂଯୋଜକ ଶ୍ରୀ ଭୁବେନ୍ଦ୍ର ମୁର୍ମୁ ଗତ ୨୧ .୦୨ .୨୦୨୬ ତାରିଖରେ ଏକ ବୈଠକ ଆହ୍ୱାନ କରିଥିଲେ ଓ ୨୭ .୦୨ .୨୦୨୬ ତାରିଖରେ ଅନ୍ୟ ଏକ ବୈଠକ କରି କମିଟି ଅଧକ୍ଷ ଚୟନ ପ୍ରସ୍ତୁତି ଚଳାଇଛନ୍ତି I ବିଶେଷ ସୂତ୍ରରୁ ଖବର ଯେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରୁ କିଛି ଅଗ୍ରଣୀ ଚାଷୀ କମିଟି ଓ ଅଧକ୍ଷ ଚୟନରେ ଚଂଚକତା ନେଇ ଉଚତ୍ତମ ନ୍ୟାୟାଳୟ ଯିବାକୁ ପ୍ରସ୍ତୁତ ହେଉଛନ୍ତି I ତେଣୁ ଜିଲ୍ଲାପାଳ ଏହାର ଉଚିତ ତଦନ୍ତ କରିବାର ଆବଶ୍ୟକ ରହିଛି ବଲି  ବ୍ଲକର ଅଗ୍ରଣୀ ଚାଷୀମାନେ ଦାବି କରୁଛନ୍ତି I