ପୁଲିସ କବ୍‌ଜାରେ ଯୌନ ରାକ୍ଷାସ ପ୍ରେମାନନ୍ଦ…..

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଲସି ପ୍ରେମାନନ୍ଦ ବଳିଆରର୍ସିଙ୍କୁ ଯୌନ ଉଦ୍ଦୀପକ ଭିଡ଼ିଓ ଉତ୍ତୋଳନ ଅଭିଯୋଗରେ ତୁମୁଡିବନ୍ଧ ପୁଲିସ ଗିରଫ କରିଛି । ସୂଚନା ପ୍ରକାର ପୂର୍ବରୁ ପ୍ରେମାନନ୍ଦ ତୁମୁଡିବନ୍ଧ ବନ୍ଧ ବ୍ଲକରେ ଜୀବିକା ମିଶନରେ ବ୍ଲକ ଓଏଲଏମ କୋର୍ଡିନେଟର ଭାବରେ କାର୍ଯ୍ୟରତ ଥିବା ସମୟରେ ସେଠାରେ ଜଣେ ଯୁବତୀ ମଧ୍ୟ କୁର୍ତମଗଡ ସିଆରପି ଭାବରେ କାର୍ଯ୍ୟରତ ଥିଲେ । ପ୍ରେମାନନ୍ଦ ନିଜ ପ୍ରେମ ଜାଳରେ ଯୁବତୀଙ୍କୁ ଫସାଇ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ । ପରେ ପ୍ରେମାନନ୍ଦ ସେଠାରୁ ବଦଳି ହୋଇ କୋଟଗଡ଼ ବ୍ଳକ ଜୀବିକା ମିଶନକୁ ଚାଲିଗଲେ । ତେଣୁ ଯୁବତୀ ଜଣଙ୍କ ସେଠାକୁ ଯାଇ ପ୍ରେମାନନ୍ଦଙ୍କୁ ବିବାହ ପାଇଁ ଚାପ ପ୍ରୟୋଗ କରିଥିଲେ । ତେବେ  ପ୍ରେମାନନ୍ଦ ତାଙ୍କୁ ପ୍ରତ୍ୟାଖାନ କରିଥିଲେ । କ୍ଷୁବ୍ଧ ଯୁବତୀ ନ୍ୟାୟ ପାଇଁ ବାଧ୍ୟ ହୋଇ ଶେଷରେ ତୁମୁଡିବନ୍ଧଥାନାରେ ପ୍ରେମାନନ୍ଦଙ୍କ ବିରୋଧରେ ଯୌନ ଶୋଷ୍ଠ ଶୋଷଣର ଅଭି ଯୋଗ କରିଥିଲେ । ଅଭିଯୋଗକୁ ଭିଭିକରି ତୁମୁଡିବନ୍ଧ ଥାନା ଅଧିକାର ଆଶୁତୋଷ ଜେନା ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମାନନ୍ଦଙ୍କୁ ତାଙ୍କ କୋଟଗଡ଼ ସ୍ଥିତ କାର୍ଯ୍ୟାଳୟରୁ ଗିରଫ କରି ତାଙ୍କ ଠାରୁ ମୋବାଇଲକୁ ଜବତ କରିଥିଲେ । ସେଥିରୁ ବହୁ ଆପଭିଜନକ ତଥ୍ୟର ଖୁଲାସା ହୋଇଥିଲା । ଜବତ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ କ୍ଲିପ୍ ଗୁଡ଼ିକରୁ ପ୍ରେମାନନ୍ଦ ପୂର୍ବରୁ ବହୁ ଯୁବତୀଙ୍କ ସହ ଯୌନ ସମ୍ପର୍କ ରକ୍ଷା କରି ସେମାନଙ୍କ ଆପତି ଜନକ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରିଥିବା ପୁଲିସ ଜାଣିପାରିଥିଲା । ଘଟଣା ନେଇ ୧୨୮ / ୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମାନନ୍ଦଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଆଶୁତୋଷ କହିଛନ୍ତି ।