ୱାର୍ଡ ୭/୯ ପରିଚୟ ଗୃହରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ୱାର୍ଡ ନଂ ୭/୯ ରେ ଥିବା ପରିଚୟ ଗୃହ ପରିସରରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ଆଇସିଡିଏସ ଅଧିକାରୀ ସାବିତ୍ରୀ ମଳିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ମହାତ୍ମା ଗାନ୍ଧୀଙ୍କ ତୌଳ ଫୋଟ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଉପସ୍ଥିତ ଥିବା ମହିଳାମାନଙ୍କୁ ବାଲ୍ୟ ବିବାହ ସମ୍ପର୍କରେ ସଚେତନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳାମାନେ ଯୋଗ ଦେଇ ଥିବାବେଳେ ସୁପରଭାଇଜର କଳ୍ପନା ନାୟକ, ଅଙ୍ଗନୱାଡ଼ି କର୍ମୀ ଶୁଭଶ୍ରୀ ଦଳବେହେରା, ଶସ୍ମିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I