ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବୀରେ ପାଞ୍ଚ ଦିନ ଧରି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ଗୋଷ୍ଠୀ ସହାୟିକା କର୍ମୀଙ୍କ ଗଣ ଧାରଣା…
ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ବ୍ୟାପି ମିଶନ ଶକ୍ତିବିଭାଗର ଗୋଷ୍ଠୀ ସହାୟିକା(css) କର୍ମୀଙ୍କ ପ୍ରୋହସ୍ଚାନ ପରିବର୍ତ୍ତେ ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବୀରେ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଚାଲିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ । ଓଏଲଏମ ବ୍ଳକ୍ ସଭାନେତ୍ରୀ, ସୁଷମା ସିଂ ଓ ସମ୍ପାଦିକା ସସ୍ମିତା ବିଷୋୟୀଙ୍କ ନେତୃତ୍ୱରେ ବ୍ଲକ ଅଞ୍ଚଳର ୨୫ ଗୋଟି ପଞ୍ଚାୟତରୁ ଶତାଧିକ କର୍ମୀ ଆଜକୁ ପାଞ୍ଚ ଦିନ ହେଲାଣି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏହି ଗଣଧାରଣାରେ ବ୍ଲକ ଅଞ୍ଚଳର କାର୍ଯ୍ୟରତ କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ଏବଂ ସ୍ୱୟଂ ସହାୟିକା ଗୋଷ୍ଠିର ସିଆରପି ଓ ଏମବିକେ ମହିଳା ଏହି ଗଣ ଧାରଣାରେ ଯୋଗ ଦେଇ ଥିବା ବେଳେ ମୁଖ୍ୟ କରି ପାଞ୍ଚଟି ଦାବୀ ଯଥା ପୂର୍ବ ପରି ସ୍ଥାୟୀ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି, ଛଅ ମାସର ବକେୟା ଅର୍ଥ ପ୍ରଦାନ, ରାଜ୍ୟସ୍ୱ ଗ୍ରାମର ପ୍ରତ୍ସାହନ ବନ୍ଦ କରିବା ଓ କାର୍ଯ୍ୟଦକ୍ଷତା ନେଇ ପ୍ରତ୍ସାହନ ବନ୍ଦ କରିବା ଭଳି ଦାବୀ ନେଇ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥଲେ । ସରକାର ଦାବୀ ପୂରଣ ନ କରିବା ଯାଏଁ ବ୍ଲକ କାର୍ଯ୍ୟାଳୟ ସମୁଖରେ ଏହି ଭଳି ଧାରଣା ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ।