ମିଶନ ଶକ୍ତି ବିଭାଗର ଗୋଷ୍ଠୀ ସହାୟୀକା କର୍ମୀ(CSS)ଙ୍କ ଗଣ ଧାରଣା….

ରା.ଉଦୟଗିରି( ଆକାଶ ଦାସ): ସାରା ରାଜ୍ୟରେ ମିଶନଶକ୍ତି ମହିଳା ଗୋଷ୍ଠୀଙ୍କର ଆନ୍ଦୋଳନ ଓ ଗଣ ଧାରଣା ଧିରେଧିରେ ବଢିବାରେ ଲାଗିଛି । ସରକାର ବଦଳିବା ପରଠୁ ଏଇ ଆନ୍ଦୋଳନ ପ୍ରାୟତଃ ଲାଗି ରହିଛି ।  କିଛିଦିନର ବ୍ୟବଧାନ ପରେ ପୁଣିଥରେ ରାଜ ରାସ୍ତାକୁ ମହିଳାମାନଙ୍କ ଆସିଥିବା ଦେଖିବାକୁ ମିଳୁଛି । ଭୁବନେଶ୍ବରରେ ସାରା ରାଜ୍ୟର ମହିଳା ଗୋଷ୍ଠୀଙ୍କ ଆନ୍ଦୋଳନ ଜାରିଥିବା ବେଳେ ବ୍ଲକ ସ୍ତରରେ ମଧ୍ୟ ତଦନୁରୁପ  ଆନ୍ଦୋଳନ ହେବାରେ ଲାଗିଛି । ଏହି ପରୀପେକ୍ଷୀରେ ଗତକାଲିଠାରୁ ଧାରଣା ଜାରି ରଖିଛନ୍ତି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ମିଶନଶକ୍ତି ମହିଳା ଗୋଷ୍ଠୀ । ତେବେ ଆଜି ବ୍ଲକ ଅଫିସ ଫାଟକ ନିକଟରେ ସକାଳୁ ସକାଳୁ ସମସ୍ତ CSC କର୍ମୀ ଧାରଣାରେ ବସି ଅଫିସକୁ ରାସ୍ତା ରୋକ କରିଥିଲେ । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସଲ ଆସି ମହିଳାଙ୍କ ସହ ଆଲୋଚନାକରି, ଉପରିସ୍ଥ ଅଧିକାରୀଙ୍କୁ ଜଣେଇବାଲାଗି ପ୍ରତିସୃତିପରେ ଅଫିସକୁ ରାସ୍ତାଛାଡି ଦିନ ତମାମ ଧାରଣାରେ ବସିଥିଲେ । ମହିଳାଙ୍କ ଅଭିଯୋଗ ଯେ ସେମାନଙ୍କ ବକେୟା ଦରମା ପ୍ରଦାନ, ପ୍ରତିମାସରେ ସିଧା ଏକାଉଣ୍ଟରେ ପ୍ରଦାନ ସହ ପୂର୍ବ ଘୋଷଣା ମୁତାବକ ଦରମା ପ୍ରଦାନ ଲାଗି ଦାବି କରିଛନ୍ତି । ସରକାର ଦାବି ପୂରଣ ନକରିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ମହିଳା ଗୋଷ୍ଠୀ ଗଣମଧ୍ୟମ ଆଗରେ ପ୍ରକାଶ କରିଥିଲେ ।