ରାୟଗଡ(ଟିକି ଲିମା): ଗ୍ରାମୀଣ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣୋନ୍ନତି ଏବଂ ପରୀକ୍ଷା ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବାକୁ ସିସିଡି ତରଫରୁ ଏଫ୍ ଏଫ୍ ଭି ଡି ପି ପ୍ରକଳ୍ପ ଅଧୀନରେ ସିଙ୍ଗୁଭୁୟାନ ସାହିରେ ଗାଇଡ୍ ବୁକ୍ ଓ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏଙ୍ଗର୍ଶୀଙ୍ଗି ପଞ୍ଚାୟତର ସାର୍ଗିସାହି, ସିଙ୍ଗୁଭୁୟାନ ସାହି ଓ ସାଉଥ ସାହି, ଜୀରଙ୍ଗ ପଞ୍ଚାୟତର ଗଲଗଣ୍ଡା, ଗୁରସାହି, ଲକ୍ଷ୍ମୀପୁର ପଞ୍ଚାୟତର ସାନ ତପଙ୍ଗ ଗ୍ରାମରେ ମୋଟ 45 ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଓ ଭିଡିସି ସଦସ୍ୟମାନେ ୧୦ମ ଶ୍ରେଣୀରେ ପରୀକ୍ଷା ଦେବାକୁଥିବା 34 ଛାତ୍ରଛାତ୍ରୀଙ୍କୁ ବିଶେଷ ଟେଷ୍ଟ ପେପର ଏବଂ ୫ମ ଶ୍ରେଣୀର 11 ଛାତ୍ରଛାତ୍ରୀଙ୍କୁ ବୃତି ଗାଇଡ୍ ବୁକ୍ ବଣ୍ଟନ କଲେ । ଅଭିଭାବକ, ଶିକ୍ଷକ, ଗ୍ରାମବାସୀ ଓ ସମୁଦାୟ ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ କାର୍ଯ୍ୟକ୍ରମର ପରିବେଶ ଉତ୍ସାହମୟ ହୋଇଥିଲା । ଶିକ୍ଷାମନ୍ତ୍ରୀ ଓ ଭିଡ଼ିସି ପ୍ରତିନିଧିମାନେ ନିଜ ଉଦ୍ବୋଧନରେ ଶିକ୍ଷାର ମୂଲ୍ୟ, ନିଷ୍ଠା, ଶ୍ରମ ଓ ଲକ୍ଷ୍ୟସାଧନର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ଦେଲେ । ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଏ. ଜଗନ୍ନାଥ ରାଜୁଙ୍କ ନିର୍ଦ୍ଧେଶକ୍ରମେ, ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତତ୍ଵାବଧାନରେ, ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକଙ୍କ ଦ୍ଵାରା ସଫଳତାର ସହିତ ପରିଚାଳିତ ହୋଇଥିଲା l
Next Post