ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତ ପ୍ରାୟ 29 ଗୋଟି ଗ୍ରାମ ଏବଂ 3300ରୁ ଉର୍ଦ୍ଧ ଜନସଂଖ୍ୟାକୁ ନେଇ ପଞ୍ଚାୟତ ଗଠିତ ହୋଇଛି l କିନ୍ତୁ ଭୁବନି ପଞ୍ଚାୟତର କେତେକ ଗ୍ରାମବାସିଙ୍କ କହିବା ଅନୁଯାଇ କେତେକ ଗ୍ରାମ ଯଥା: ତାରବାଉଲ, ସିଣ୍ଡିବୁର, ଆମେସିଂ, ସାନ ରାଗିଡ଼ି, ଟୂବୁରଡ଼ା ଏହି ଗ୍ରାମର ଜନସାଧାରଣମାନଙ୍କୁ ସରକାର ଦେଉଥିବା ରେସନ ଓ ପେନସେନ ନେବାରେ ଅସୁବିଧାର ସମୁଖୀନ ହେବାକୁ ପଡ଼ୁଛି l ସରକାର ଚାଉଳ ଦେଉଛି କିଲୋ ଏକ ଟଙ୍କା ମାତ୍ର କିନ୍ତୁ ଜନସାଧାରଣମାନେ ପଞ୍ଚାୟତକୁ ଆସି ସେହି ଚାଉଳ ନିଜ ନିଜ ଗ୍ରାମକୁ ନେବାକୁ ହେଲେ ପ୍ରାୟ ଏକ ସହ ଟଙ୍କାରୁ ଦୁଇ ସହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ଏବଂ ପେନସେନ ପାଇଁ ବୃଦ୍ଧମାନଙ୍କୁ ଏବଂ ଭିନ୍ନକ୍ଷମ ଲୋକମାନଙ୍କ ସମସ୍ୟା ମଧ୍ୟ ସେହି ପ୍ରକାର ରହୁଛି l ଭୁବନି ପଞ୍ଚାୟତର କେତେକ ଗ୍ରାମମାନଙ୍କରେ ରାସ୍ତାର ସମସ୍ୟା ଖରା ଦିନ ପାଣିର ସମସ୍ୟା ଓ ବର୍ଷା ଦିନରେ ବିଜୁଳିର ସମସ୍ୟା ବହୁତ ଦେଖିବାକୁ ମିଳୁଛି l ପଞ୍ଚାୟତର ବହୁତ ଗ୍ରାମ ଅଛି ଯେଉଁ ଗ୍ରାମମାନଙ୍କରେ ବର୍ତମାନ ସୁଧା ରାସ୍ତାଟିଏ ହୋଇପାରିନାହିଁ ଏହି କେତେକ ସମସ୍ୟା ନେଇ ପଞ୍ଚାୟତ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ଆଜି ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଭୁବନି ସରପଞ୍ଚ ପ୍ରଦୀପ ମଣ୍ଡଳ, ୱର୍ଡ ମେମ୍ବର ଜୟନ୍ତ ଗମାଙ୍ଗ ଏବଂ ବଡ଼ ଗମାଙ୍ଗ ଆଜି ଦରଖାସ୍ତ ମାଧ୍ୟମରେ ଅନୁରୋଧ କରି ଆବେଦନ କରିଛନ୍ତି l