ରାମଗିରି ଠାରେ ଟେଲିକମ କନଜ୍ୟୁମର ଆଓ୍ବାରନେସ ପ୍ରୋଗ୍ରାମ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗରି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଦୂର ସଂଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧୀକାରୀ (TRAI) ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପିଇଓ ପିଣ୍ଟୁ ପାତ୍ର , ସରପଞ୍ଚ ସୁସ୍ମିତା କାର୍ଯ୍ୟୀ, ସୁବାସିନୀ ନାୟକ, ଶ୍ରୀଧର ପ୍ରଧାନ, ତାପସ ରଇତ, ଈନୋସ ରଇତ, ଡାଳିମ୍ବ ଗମାଙ୍ଗ, ଜଗବନ୍ଧୁ ଦାସ ଓ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ମଞ୍ଚାସୀନ ରହିଥିଲେ ଓ ଉପଭୋକ୍ତାଙ୍କୁ କନଜ୍ୟୁମର ଆକ୍ଟ ଉପରେ ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକ ଓ ରା.ଉଦୟଗିରି ବ୍ଲକର ଅନେକ ବୁଦ୍ଧିଜୀବୀ ତଥା ସରପଞ୍ଚ, ଓ୍ବାର୍ଡ ମେମ୍ବର, ସମିତିସଭ୍ୟ, ଆଶା କର୍ମୀ, ଅଙ୍ଗନୱାଡ଼ି, ସିଆରପି, କୃଷିମିତ୍ର ଓ ଏସଏଚଜି ମହିଳା ଗୋଷ୍ଠୀଗଣଙ୍କ ସମେତ ୧୦୦ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଉପସ୍ଥିତିଥିଲେ । ପରିଶେଷରେ ଗୋଷ୍ଠୀ ଭିତୀକ ଅଭିଯୋଗମାନ ସଂଗ୍ରହ କରି TRAI ଦିଲ୍ଲୀ ଓ ହାଇଦ୍ରାବାଦ ଓ ଭୁବନେଶ୍ବର ପଠାଯାଇଥିବା ଜଣାପଡିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଫୋକୋ(FOCO)ର ରାଜ୍ୟ ସଭାପତି କାମେଶ୍ବର ରାଓ ପରିଚାଳନା କରିଥିବା ବେଳେ ପି କରୁଣା କର ରାଓ ସହଯୋଗ କରିଥିଲେ ।