ବ୍ରାହ୍ମଣୀଗାଁ ଥାନା ପରିସରରେ ” ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ରବିବାର ଦିନ ସ୍ଥାନୀୟ ଥାନା ପରିସରରେ “ମା ପାଇଁ ଗଛ ଟିଏ ”  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ତତ୍ତ୍ଵାବଧାନରେ ବୃକ୍ଷ ଚାରା ଯୋଗାଇ ଦିଆଯାଇ ଥିବା ବେଳେ ଥାନା ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ନେତୃତ୍ୱରେ ବୃକ୍ଷ ଚାରା ରୋପଣ କରାଯାଇଛି । କାର୍ଯକ୍ରମ ଆରମ୍ଭରେ ଥାନା ଆଇଆଇସି ଶ୍ରୀ ହାଇବୁରୁ ପୁଜା ଅର୍ଚ୍ଚନା ଓ ବୃକ୍ଷ ବନ୍ଦାପନା କରି ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, କନେଷ୍ଟବଳ ଅରୁଣ କୁମାର ମହାନ୍ତି, ଜିତେନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ସୁରକ୍ଷା କର୍ମୀ, ଗୃହରକ୍ଷୀ ଓ ସାମ୍ୱାଦିକ ବନ୍ଧୁଗଣ ଉପସ୍ଥିତ ରହି “ମା ପାଇଁ ଗଛ  ଟିଏ”  ଚାରା  ରୋପଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁ ବନପାଳ ଯୋଗେଶ୍ୱର ଧାରୁଆ, ଗଡମା ବିଟର ବନରକ୍ଷୀ ସରୋଜ ପାତ୍ର, ଝିଞ୍ଜିରିଗୁଡ଼ା ବିଟର ବନରକ୍ଷୀ ମାର୍କ ମଲ୍ଲିକ ସମେତ ଅନ୍ୟ ବନ କର୍ମଚାରୀମାନେ ସହଯୋଗ କରିଥିଲେ ।