ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ଥିତି ଆଜି ବିପଦର ବନ୍ଧୁ ସଙ୍ଘଟନ ପକ୍ଷରୁ ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ ଓ ବିଶ୍ୱରାଜ ପଣ୍ଡା ଏବଂ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ତାଙ୍କର ଟିମ ଓ ସଂଯୋଜକ ତାପସ କୁମାର ନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ବିପଦର ବନ୍ଧୁ ସଙ୍ଘଟନର ଯୁବକମାନେ ଉପସ୍ଥିତ ଥିଲେ । ପ୍ରଥମେ ବାଲିଗୁଡା ଏସ ଡି ପି ଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ବାଲିଗୁଡା ଟାଉନ ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ବହୁତ ମାତ୍ରାରେ ମହିଳା ଏବଂ ପୁରୁଷମାନେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଛି ପ୍ରାୟ 33 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ଦେଇଛନ୍ତି ସଂଘର ସଂଯୋଜକ ତାପସ କୁମାର ନାୟକ । ରକ୍ତଦାନ ଶିବିର ଶେଷ ହେଲା ପରେ ପାଞ୍ଚଘଣ୍ଟିକା ସମୟରେ ବାଲିଗୁଡା ଉପଖଣ୍ଡ ଚିକିତ୍ସା ଲୟରେ ପ୍ରତ୍ୟେକ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ଚିକିତ୍ସା ଲୟର ସଫେଇ କର୍ମଚାରୀଚାରିମାନଙ୍କୁ ମଧ୍ୟ୍ୟ ଏକ ଉତ୍ତରୀୟ ପ୍ରଧାନ କରି ଫଳ ମଧ୍ୟ ଦେଇଥିଲେ ଏବଂ ବାଲିଗୁଡା ଵୃଦ୍ଧାଶ୍ରମରେ ମଧ୍ୟ୍ୟ ଫଳ ବଣ୍ଟନ କରିଛନ୍ତି ।