ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖା ଦେଇଛି I ଦୀର୍ଘ ଦିନ ହେବ ଅଧକ୍ଷ ପଦ ଖାଲି ଥିବା ବେଳେ ଦିନକୁ ଦିନ ଫିଜ ବୃଦ୍ଧି ପାଉଛି I

csp

ତାସାଙ୍ଗକୁ ମହାବିଦ୍ୟାଳୟର ପରିବେଶ ଓ ଶ୍ରେଣୀ କୋଠରୀ ଗୁଡ଼ିକ ଦିନକୁ ଦିନ ପୁରୁଣା ମଧ୍ୟ ହେଉଛି I ମହାବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି ନ ହେବା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହି ବେଳେ ଆଜି ଉଗ୍ର ରୂପ ଧାରଣ କରିଛି I ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଫାଟକରେ ତାଲା ପକାଇ ଧାରଣାରେ ବସିବା ସହ ନାରାବାଜି ଚଳାଇ ଛନ୍ତି I ଆଦିବାସୀ ମୋହାବିଦ୍ୟାଳୟରେ ପାଣି ଏବଂ ଶ୍ରେଣୀ ଗୃହ ଇତ୍ୟାଦି ଗୁଡ଼ିକର ଉନ୍ନତି ମୂଳକ କାର୍ଯ୍ୟନକରି ଠାରୁ ଅଧିକ ଫି ନେଉ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି I