ସିସିଡି-ଏଫ୍ଏଫ ଭୀଡିପି ଗ୍ରୀଷ୍ମକାଳୀନ ଶିବିରରେ ଟ୍ରାଇବାଲ୍ ଟାଲେଣ୍ଟ ଚିହ୍ନଟ, ବିକାସିତ ମେଳାରେ ଜିଲ୍ଲାସ୍ତରୀୟ ଉପସ୍ଥାନ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଏଙ୍ଗାର୍ସିଙ୍ଗ ପଞ୍ଚାୟତର ସୀଙ୍ଗୁଭୂୟାଁ ସାହି ଗ୍ରାମରେ  ସିସିଡିଓ ଏଫଭିଡିପି ପ୍ରକଳ୍ପ ତତ୍ତ୍ୱାବଧାନରେ ଆୟୋଜିତ ସମର କ୍ୟାମ୍ପ ଓ ସାଂସ୍କୃତିକ ଶିବିର ମାଧ୍ୟମରେ ଅନେକ ଗ୍ରାମୀଣ ଶିଶୁ ଓ ଯୁବ ପ୍ରତିଭା ଉଦ୍‌ଭାସିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ.ଜଗନ୍ନାଥ ରାଜୁ ଓ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରୋଜେକ୍ଟ ଅଫିସର ଦେବାଶିଷ ପାଇକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ଶିବିରରେ ଏଙ୍ଗାରସିଂ ପଞ୍ଚାୟତର ସିଙ୍ଗୁଭୂୟାଁ ସାହି ଗ୍ରାମର ‘ଲକ୍ଷ୍ମଣ ନାୟକ ନୃତ୍ୟ ଦଳ’ ତାଙ୍କର ପାରମ୍ପରିକ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଜି ସୁନୀଲ ବାବୁ ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଏହି ଦଳକୁ ରାଜ୍ୟ ସରକାର ଅନୁଷ୍ଠିତ “ବିକାଶ ମେଳା ୨୦୨୫” ରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରାଯାଇଥିଲା । ପ୍ରତିଭାଶାଳୀ ଦଳର ସଦସ୍ୟମାନେ ହେଲେ ଜମୁନା ଭୂୟାଁ, କବିତା ଗମାଙ୍ଗ, ପ୍ରଭାସିନୀ ଭୂୟାଁ, ହରେନ୍ଦ୍ର ଗମାଙ୍ଗ, ଶ୍ରୀଧର ଭୁୟାଁ, ଲିଟୁ ଭୂୟାଁ ।
<span;>ଏହି ଦଳ ପାରଲାଖେମୁଣ୍ଡିରେ ଅନୁଷ୍ଠିତ । ବିକାସିତ ମେଳାରେ ତାଲମେଳ ଓ ସଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ସ୍ତରରେ ଆକୃଷ୍ଟ କରିଥିଲେ । ଏହି ସଫଳ ପ୍ରଦର୍ଶନ ପରେ ସେମାନେ ଗଜପତି ଜିଲ୍ଲାପାଳ/ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ବିଜୟ କୁମାର ଦାସଙ୍କ ତରଫରୁ ମଞ୍ଚରେ ସମ୍ମାନିତ ହୋଇଥିବା ସହ ପ୍ରତିଭା ପ୍ରମାଣ ପତ୍ର ମଧ୍ୟ ପାଇଥିଲେ । ଏହି ଉଦ୍ୟମ ଗ୍ରାମ ଅଞ୍ଚଳର ଲୁଚିଥିବା ପ୍ରତିଭାକୁ ଜିଲ୍ଲା ସ୍ତରରେ ଉନ୍ମୋଚନ କରି ସାଂସ୍କୃତିକ ଐତିହ୍ୟ ପ୍ରତି ସମ୍ମାନ ବଢାଇଛି । ସିସିଡି-ଏଫ୍ ଏଫ୍ ଭି ଡି ପି ପକ୍ଷରୁ ଏହି କ୍ୟାମ୍ପକୁ ଏକ ମାଇଲସ୍ଟୋନ୍ ଭାବରେ ଗ୍ରହଣ କରାଯାଇଛି ।