ରାଇକିଆ ଓ ତୁମୁଡ଼ିବନ୍ଧ ଠାରେ ମଟର ଚାଳକ ସଂଘ ପକ୍ଷରୁ ଚାଳକ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଶୁକ୍ରବାର ଦିନ ଓଡ଼ିଶା ମଟର ଚାଳକ ସଂଘ ରାଇକିଆ ଶାଖା ପକ୍ଷରୁ ଚାଳକ ଦିବସ ପାଳନ କରାଯାଇଛି I ରାଇକିଆ ବସଷ୍ଟାଣ୍ଡରୁ ଚୁନପଲି ଦେଇ ବେରେଡାକିଆ ପର୍ଯ୍ୟନ୍ତ ଏକ ରାଲି ବାହାରି ଥିଲା I ମଦ୍ୟପାନ କରି ଗାଡ଼ି ଚଲାଇବା ନାହଁ I ମୋବାଇଲ ରେ କଥା ହୋଇ ଗାଡ଼ି ଚଲାଇବା ନାହିଁ ଏବଂ ଟ୍ରାଫିକ ନିୟମକୁ ମାନି ଗାଡ଼ି ଚଲାଇବା ବୋଲି ନାରା ଦେଇଥିଲେ I କରୋନା ମହାମାରୀ ପାଇଁ ଗତ ବର୍ଷ ଚାଳକ ଦିବସ ପାଳନ ବନ୍ଦ ଥିବାରୁ ଚଳିତ ବର୍ଷ କରୋନା ମହାମାରୀର ସମସ୍ତ ନିୟମ ମାନି ଚାଳକ ଦିବସ ପାଳନ କରାଯାଇ ଥିବାରୁ ଚାଳକମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଏବଂ ପ୍ରଶାସନ ସହଯୋଗ କରି ଥିବାରୁ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି I ରାଇକିଆ ମଟର ଚାଳକ ସଂଘର ଉପଦେଷ୍ଟା ଗୋପାଳ କୃଷ୍ଣ ରାଓ ଏହି ଚାଳକ ଦିବସରେ ରାଇକିଆ ଶାଖା ମଟର ଚାଳକ ସଂଘର ସଭାପତି ପ୍ରମୋଦ ପ୍ରଧାନ, ଉପ ସଭାପତି ଶଙ୍କର ବେହେରା , ସମ୍ପାଦକ ସପନ ନାୟକ , କୋଷାଧ୍ୟକ୍ଷ ସତ୍ୟରଞ୍ଜନ ସାହୁ, ଦିପକ କୁମାର ନାୟକ , ସନ୍ତୋଷ ଦଳବେହେରା , ଜିଲ୍ଲା ମଟର ଚାଳକ ସଂଘର ଉପସଭାପତି ଅନନ୍ତ ମାଝୀ ଏବଂ ସଂଘର ସମସ୍ତ ମଟର ଚାଳକ ମାନେ ଉପସ୍ଥିତଥିଲେ I

 

csp

ସେହିପରି ଭାବରେ ଓଡିଶା ମୋଟର ଚାଳକ ସଙ୍ଘର ତୁମୁଡ଼ି ବନ୍ଧ ବ୍ଲକ ସଭାପତି ପ୍ରଶାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ସମସ୍ତ ଓଡିଶା ମୋଟର ଚାଳକ ସଂଘର କର୍ମକର୍ତା ଚାଳକ ଦିବସକୁ ପାଳନ କରିଥିଲେ ଓ ସେ ସମସ୍ତ ଡ୍ରାଇଭର ଙ୍କୁ ଅନୁରୋଧ କରିଛନ୍ତି I ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ, ମଦ୍ୟପାନ କରି ଗାଡି ଚଲାନ୍ତୁ, ନାହିଁ ବୋଲି ତୁମୁଡିବନ୍ଧର ସମସ୍ତ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିଲେ I ଓଡିଶା ମୋଟର ଚାଳକ ସଙ୍ଘର ଉପଦେଷ୍ଟା ଫିଲିପ କୁମାର ଦିଗାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୋଟର ଚାଳକଙ୍କୁ ଉତ୍ସାହ ପ୍ରଦାନ କରିଥିଲା I