ମୋହନାରେ ଦକ୍ଷିଣ ଓଡିଶା ରାାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟର ତିନିଜଣିଆ ଟିମ…

ମୋହନା(ମିହିର ପ୍ରସାଦ ମାଳୀ): ଆଜି ଦକ୍ଷିଣ ଓଡିଶା ରାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟର ଏକ ଟିମ ମୋହନା ଗ୍ରସ୍ଥରେ ଆସି ମୋହନା ସ୍ଥିତ ମିଶନ ଶକ୍ତି ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ତାହା ପଚାରି ବୁଝିଥିଲେ । ମୋହନାରେ ଥିବା ତିନୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଯେପରିକି ସରକାରଙ୍କ ସମସ୍ତ ପ୍ରକାର ସୁବିଧା ମିଶନ ଶକ୍ତି ମହିଳାଙ୍କ ନିକଟରେ ପହଞ୍ଚିବ ତାହା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ନିବେଦିତା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା, ଫିନାଇଲ, କମ୍ଫର୍ଟ, ଟଇଲେଟ କ୍ଲିନର ଓ ବିଭିନ୍ନ ପ୍ରକାର ସାବୁନ କି ପ୍ରକାରେ ପ୍ରସ୍ତୁତ କରୁଛନ୍ତି ତାହା ପଚାରି ବୁଝିବା ସହ କିପରି ବଜାରରେ ବିକ୍ରୀ କରିହେବ ତାହା ଆଲୋଚନା କରିଥିଲେ । ଆସିଥିବା ଏହି ଟିମ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରସ୍ତୁତ ସାମଗ୍ରୀ ମଧ୍ୟ କିଣି ନେଇଥିଲେ । ଏହି ଗ୍ରସ୍ତ ସମୟରେ ବିଭାଗୀୟ ଅଧିକାରୀ ବି ବଳରାମ ରାଓ, ସହ କର୍ମଚାରୀ ଶଶୀରେଖା ବେହେରା ଓ ସ୍ବେତାମ୍ବରି ସମନ୍ତରାଏଙ୍କ ସମେତ ମିଶନ ଶକ୍ତି ସଂଯୋଜକ ଶିବାନନ୍ଦ ସିଂଙ୍କ ସହ ଜୀବିକା ମିଶନର କର୍ମଚାରୀମାନେ ଯୋଗ ଦେଇଥିଲେ l