ରାୟଗଡ଼ ବ୍ଲକରେ ନୂତନ ବିଡିଓଙ୍କ ଦାୟିତ୍ଵ ଗ୍ରହଣ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଡିଓଙ୍କ ପଦବୀରେ ନୂତନ ବିଡିଓ ଭାବେ ସନ୍ତୋଷ କୁମାର ବାରିକ ଶୁକ୍ରବାର ଯୋଗ ଦେଇଛନ୍ତି । ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ l ତତ୍କାଳୀନ ବିଡିଓ ସୁଧୀର କୁମାର ସିଂଙ୍କ ଅବସର ପରେ ରାୟଗଡ଼ ବ୍ଲକରେ ଦୀର୍ଘ ଦିନ ଧରି ଏହି ପଦବୀ ଖାଲି ଥିବା ବେଳେ ତହସିଲଦାର ସୁକାନ୍ତ ପ୍ରଧାନ ଭାରପ୍ରାପ୍ତ ବିଡିଓ ଦାୟିତ୍ଵ ତୁଲାଇ ଆସୁଥିଲେ I ହେଲେ ସ୍ଥାୟୀ ବିଡିଓଙ୍କ ଯୋଗଦାନ ପାଇଁ ଅନେକ ଦିନ ହେଲା ଲୋକେ ଦାବି କରିଆସୁଥିଲେ । ବର୍ତ୍ତମାନ ସ୍ଥାୟୀ ବିଡିଓ ଭାବେ ସନ୍ତୋଷ କୁମାର ବାରିକ ଦାୟିତ୍ଵ ନେବା ପରେ ବ୍ଲକର ଉନ୍ନତି ସହ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଯୋଜନା ଓ ଜନହିତକର କାର୍ଯ୍ଯକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦିଅଯିବ । ତାହାସହିତ ଅଧୁରା କାର୍ଯ୍ଯକୁ ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିକ୍ରିୟା ରଖିଛନ୍ତି ।