ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲ ସଭା ଗୃହରେ ଆଜି ଅର୍ଥାତ ଗୁରୁବାର ଅପରାହ୍ନ 4 ଘଣ୍ଟିକା ସମୟରେ ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ସଭାପତି ଆଚାର୍ଯ୍ୟ ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା l ଏହି ବୈଠକରେ ଉପସଭାପତି ଆମୋଦ ଚନ୍ଦ୍ର ନାୟକ, ସମ୍ପାଦକ ଆମନ ଚନ୍ଦ୍ର ନାୟକ, ଗଣମାଧ୍ୟମ ସଂଯୋଜକ ଗଗନ କୁମାର ପ୍ରଧାନ, କୋଷାଦକ୍ଷ ସାମନ୍ତ ଶେଖର ନାୟକ, ସହ ସମ୍ପାଦକ ହନକ ଦିଗାଲ, ସଦସ୍ୟ ସୂର୍ଯ୍ୟକାନ୍ତ ନାୟକ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅନନ୍ତ ପ୍ରଧାନ ଆଚାର୍ଯ୍ୟ ଦିନେଶ ନାୟକ, ଥୋମାସ ପ୍ରଧାନ, ରସାନନ୍ଦ ନାୟକ, ଜାନେ କୁମାର ନାୟକ, ଆନ୍ତନୁ କୁମାର ନାୟକ, ଡକ୍ଟର ପ୍ରଦୀପ ମଲିକ, ଅଚ୍ୟୁତ ନାୟକ, ଲୁଲୁ ନାୟକ, ହେରାଦ ନାୟକ, ଆମରେନ୍ଦ୍ର ନାୟକ, ଅନୀଲ ଦିଗାଲ, ଅବକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ବୈଠକରେ ଗତ 20 ତାରିଖରେ ଆୟୋଜିତ ହୋଇ ଥିବା ଖ୍ରୀଷ୍ଟ ଯୀଶୁଙ୍କ ପୁନରୁଥାନ ଉତ୍ସବ ସମ୍ପର୍କରେ ଆଲୋଚନା ହୋବା ସହ ଆଗାମୀ ଦିନରେ ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମାଜ ପକ୍ଷରୁ ବିଭିନ୍ନ ସମାଜ ସେବା କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିବା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ସ୍ଥିର କରାଯାଇ ଥିଲା l ବୈଠକରେ କୋଷାଧ୍ୟକ୍ଷ ଆୟୋବ୍ୟୟର ଅଟକଳ ଉପସ୍ଥାପନ କରିଥିଲେ ଓ ଶେଷରେ ସଂପାଦକ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l