ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରଫଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ନାଏବ ସରଫଚ, ପୂର୍ବତନ ସରପଂଚ ପ୍ରମୁଖ ବହୁ ନେତୃବୃନ୍ଦ ବିଜେଡ଼ି ଓ ବିଜେପି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କଂଗ୍ରେସ ଦଳରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ସ୍ବାଗତ କରି କହିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବ ଜନନାୟକ ତଥା ଲୋକସଭାର ବିରୋଧ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପାଣିତ ହୋଇ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର କୁଡୁତାଇ, ହରିଗଡ ଓ ଦଦରଲୁଣ୍ଡା, ଗ୍ରାମ ପଂଚାୟତରୁ ବହୁ ବିଜେଡ଼ି ଓ ବିଜେପିର ବହୁ ପଦାଧିକାରୀ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ତଥା ଯୁବନେତା ପ୍ରଶାନ୍ତ କୁମାର ବିଶୋୟୀଙ୍କ ନିଷ୍ଠାପର ସାଧାରଣ ଜନତା ଓ ବିଶେଷ କରି ମହିଳା, ଯୁବକ, କୃଷକ, ଛାତ୍ର ଏବଂ ଆଦିବାସୀ ଓ ଦଳିତମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଯେଉଁ ନିଷ୍ଠାପର ସଂଗ୍ରାମ କରିଆସୁଛନ୍ତି ସେଥିରେ ତାଙ୍କ ଜନଆଦୃତି ବଢ଼ିଛି । ଶ୍ରୀଯୁକ୍ତ ବିଶୋୟୀଙ୍କ ଉପରେ ଆସ୍ଥା ପ୍ରକଟ କରି ଏବଂ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ପାଥେୟ କରି ଆମେ କଂଗ୍ରେସ ଦଳରେ ଯୋଗ ଦେଇଛୁ ବୋଲି ଯୋଗଦେଇଥିବା ନେତୃବୃନ୍ଦମାନେ କହିଥିଲେ । ଦୁର୍ନୀତି, ଭ୍ରଷ୍ଟାଚାର, ନାରୀନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀ ପ୍ରତି ଉଦାସୀନତା ଓ ଉତ୍କଟ ବେକାରୀ ସମସ୍ୟା ପ୍ରସଙ୍ଗରେ ଲଢ଼େଇ କରିବାପାଇଁ କଂଗ୍ରେସ ହିଁ ଉପଯୁକ୍ତ ପ୍ଲାଟଫର୍ମ ବୋଲି ଯୋଗଦେଇଥିବା ନେତୃବୃନ୍ଦ କହିଥିଲେ । ଆଜିର ମିଶ୍ରଣ ପର୍ବ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ୍ତ କୁମାର ଦାସ ଓ ଭଞ୍ଜନଗର ଯୁବ ନେତା ତଥା କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ ଓ ସୁଧାଂସୁ ଦେଓ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦେଇଥିବା ନେତୃବୃନ୍ଦ ଭଞ୍ଜନଗର ନିର୍ବାଚନ ମଣ୍ଡଳିର କୁଡ଼ୁତାଇ ଗ୍ରାମପଂଚାୟତରୁ ବିଜେଡ଼ିରୁ ସମିତି ସଭ୍ୟ ପ୍ରତିନିଧ ରବିନ୍ଦ୍ର କୁମାର ଦୋଷନ୍ଦି, ନାଏବ ସରପଂଚ ଦେବରାଜ ଗୌଡ, ଯୁବ ସାଧାରଣଙ୍କ ସମ୍ପାଦକ ପ୍ରଦିପ୍ତ କୁମାର ନାୟକ ଓ୍ୱାଡ ସଭ୍ୟ ପ୍ରତିନିଧ ସାଗର ପାତ୍ର, ଜଗନ୍ନାଥ ପ୍ରଧାନ, ଟୁନା ପ୍ରଧାନ, ରଞ୍ଜିତ କୁମାର ଗୌଡ଼, ପୁରୁଷତମ ଗୌଡ଼, ସଞ୍ଜୟ କୁମାର ଗୌଡ, ପ୍ରତାପ ଗୌଡ, ଚରଣ ନାୟକ, ଶିଶିର ଚନ୍ଦ୍ର ନାୟକ, କାଳିଆ ଡାକୁଆ, ଟିଟନ କୁମାର ଗୌଡ, ଦୁଖ ନାୟକ, ବିପିନ ନାୟକ, ବିଜେପି ସରଫଚ ପାର୍ଥୀ ଚନ୍ଦ୍ରଭାସ ନାୟକ, କେଦାର ଗୌଡ ସେହପରି ଦଦଲୁଣ୍ଡା ଗ୍ରାମପଂଚାୟତରୁ ବିଜେଡ଼ି ବଳଭଦ୍ର ଦିଗାଲ, କୃଷ୍ଣ ନାୟକ, ଶଙ୍କର ସାହୁ ପ୍ରମୁଖ ବିଜେଡ଼ି ଓ ବିଜେପି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେଇଥିବା ବେଳେ ଅନୁରୂପଭାବେ ହରିଗଡ ଗ୍ରାମ ପଂଚାୟତରୁ ଜଗଦିଶ ମଲ୍ଲିକ, ରାଜେନ୍ଦ୍ର ମଲ୍ଲିକ, ସଙ୍ଘମିତ୍ରା ଜେନା ପ୍ରମୁଖଙ୍କୁ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ କଂଗ୍ରେସ ଦଳକୁ ସ୍ବାଗତ କରିଥିଲେ ।