ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବି.ଆର.ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଠାରେ ବିଜେପି କେଗାଁ ମଣ୍ଡଳ ତରଫରୁ ଭାରତର ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇଥିଲେ । ବରିଷ୍ଠ ବିଜେପି ନେତା ଜୟନ୍ତ ସିଂ, ଦୁଷ୍ମନ୍ତ ଭୋଇ, ଦୁରୁଦାକ୍ଷ୍ୟ ପଟେଲ, ମନୋଜ ଅଗ୍ରୱାଲ, ଜନକ ସା, ସୁଶାନ୍ତ ବିଶ୍ୱାଳ, ଚମ୍ପାବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ଶ୍ରୀଧର ପଣ୍ଡା, ସିଡିପିଓ ଉଷା ଲକ୍ଷ୍ମୀ ଓ ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ଗୋଲାମୁଣ୍ଡା ସ୍ଥିତ ନବ ଜୀବନ ଅନାଥ ଆଶ୍ରମରେ ମଧ୍ୟ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ଶ୍ରୀଧର ପଣ୍ଡା, ଆଶ୍ରମର ପ୍ରତିଷ୍ଠାତା ରାମବିଳାସ ସାଗର, ଗୋକୁଳ ସିପକା ସମେତ ଆଶ୍ରମର ଅନ୍ତେବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ଆଶ୍ରମର ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ଦେଶର ହିତ ସାଧନରେ ସଦା ସର୍ବଦା କର୍ମ ତତ୍ପର ହୋଇ ରହିବା ଏବଂ ଅନ୍ୟକୁ ଏହାର ମହତ୍ତ୍ଵ ବୁଝାଇ ପ୍ରେରଣା ଦେଇପାରିବା ବୋଲି ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ । ମହାନ ଜନନାୟକ ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକର ତାଙ୍କ ଜୀବନ କାଳ ମଧ୍ୟରେ କିପରି ଜାତିଆଣ ଭେଦ ଭାବର ସମ୍ମୁଖୀନ ହୋଇଥିଲେ ଏବଂ ବାଧା ବିଘ୍ନ, ସଂଘର୍ଷ ସତ୍ତ୍ୱେ ନିଜକୁ ବିଶ୍ଵ ବିଜେତା କରି ପାରିଥିଲେ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥଲେ ।