ରା ଉଦୟଗିରି(ଆକାଶ ଦାଶ): ଗଜପତିଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ସ୍ଥିତ ଥାଟ୍ଟରାଜ କଲୋନୀ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ୨୦୨୪–୨୫ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଜିଲ୍ଲାପରିଷଦ ଦଣ୍ଡପାଣି ବଡମୁଣ୍ଡି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଘ୍ନରାଜ ପାଣିଗ୍ରାହି ଓ ବିଦ୍ୟାଳୟ ପରିଚାଳନାକମିଟି ସଭାପତି ମଧୁସୁଦନ ମଣ୍ଡଳ ପ୍ରମୁଖଙ୍କ ସହ ଆଞ୍ଚଳିକ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଓ ଜନପ୍ରତିନିଧିଗଣ ମଞ୍ଚାସୀନ ରହି ବାର୍ଷୀକ ଉତ୍ସବ ଉପରେ ଅବିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଗୀତ, ନାଚ ଓ ବିଭିନ୍ନ୍ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ପ୍ରାୟ ୯.୩୦ ଯାଏ ପରିବେଷଣ ହୋଇଥିଲା । ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ଦେଇ ଉସତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ, ଅବିଭାବକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।