ଦାରିଙ୍ଗବାଡି(ଆଶୋକ ସିଂ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଚଳିତ ୨୦୨୫ ମସିହା ଶୀତ ମହୋତ୍ସବ ୧୩ତାରିଖରେ ଉଦଯାପିତ ହୋଇ ଯାଇଛି l ଏହି ଉଦଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟିକା ଅଜୟନ୍ତୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ, କୋଟଗଡ଼ ବ୍ଲକ ଅଧ୍ୟକ୍ଷା ପିଙ୍କି ପ୍ରଧାନ, ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଯୋଗଦେଇଥିଲେ l କୋଷାଧ୍ୟକ୍ଷ ତଥା ତହସିଲଦାର ଶରତ ଶବର ପ୍ରମୁଖ ମଞ୍ଚାସିନ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଦାରିଙ୍ଗବାଡିର କଳା,ସଂସ୍କୃତି, ସାହିତ୍ୟ, ପାରମ୍ପରିକ ଖାଦ୍ୟ, ପାରମ୍ପରିକ ଅଳଙ୍କାର, ଚଳଣି ଆଦିର ପୁନଃରୁଦ୍ଧାର ପାଇଁ ଏହି ମଞ୍ଚରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟସରକାର ଅଧିକା ଗୁରୁତ୍ୱ ପ୍ରଦାନ କରୁଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟରେ ଦାରିଙ୍ଗବାଡି ଶୀତ ପାଇଁ ପରିଚିତ ସାରା ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଅଧିକା ପସନ୍ଦ କରନ୍ତି l ଏହାର ପ୍ରକୃତି, ପରିବେଶ ଦେଖିବାକୁ ପସନ୍ଦ କରୁଥିବା କୁହାଯାଇଥିଲା । ସଂଧ୍ୟା ଉଦଯାପିତ ଉତ୍ସବରେ ଦାରିଙ୍ଗବାଡି ହୋଟେଲ ସଙ୍ଘ ଏବଂ ପ୍ରଶାସନ ପକ୍ଷରୁ ମିଳିତ ମେଲୋଡି ମଣ୍ଟୁ ଛୁରିଆଙ୍କ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ମଣ୍ଟୁ ଛୁରିଆଙ୍କ ସମ୍ବଲପୁରିଆ ସଙ୍ଗୀତରେ ଦର୍ଶକ ଝୁମିଥିଲେ । ସେହିପରି କଟକ ଜିଲାର କଳାକାରଙ୍କ ଦ୍ୱାରା ଶୃଙ୍ଗାର ନୃତ୍ୟ, ପ୍ରିୟଙ୍କା ସାହୁଙ୍କ ଓଡିଶୀ ନୃତ୍ୟ, ଫୁଲବାଣୀ ବିଶିପଡାର ଲୋକକଳା, ସମେତ ପାରମ୍ପରିକ ଲୋକକଳା ଦର୍ଶକଙ୍କୁ ମନମୋହିଥିଲା।