ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ କନ୍ଧମାଳ ଜିଲ୍ଲା କ. ନୂଆଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଜେପି ଜିଲ୍ଳା ସଭାପତି ଜଗନ୍ନାଥ ସାହୁ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ବାଲିଗୁଡା ବୌଦ୍ଧିକ ପ୍ରମୁଖ ଚିନ୍ତାମଣି ରଣା, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, କ. ନୁଆଗାଁ ସାଂସଦଙ୍କ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝୀ, ମଣ୍ଡଳ ସଭାପତି ନିଗମାନନ୍ଦ ପୂଜାରୀ, ନେତାଜୀ ସୁଭାଷ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ ସୁନୀଲ କୁମାର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ବାଲିଗୁଡା ନଗର ସାଂସଦଙ୍କ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସରପଞ୍ଚ ଗୁନଲତା ମଲ୍ଲିକ, କୁଡୁତୁଲି ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲିକ, ଲେତିଙ୍ଗିଆ ସରପଞ୍ଚ କୁନାଲ ପ୍ରଧାନ, ଯୁବ ନେତା କାର୍ତ୍ତିକ ପ୍ରଧାନ ଓ ଉଦ୍ଧବ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ । ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରାଯାଉଥିବା ବେଳେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବାକୁ ବକ୍ତାମାନେ କହିଥିଲେ ।