ଦାରିଙ୍ଗବାଡି( ଆଶୋକ ସିଂ): ବଡ଼ ଦିନ ପର୍ବ ଉପଲକ୍ଷେ ଚାରିଆଡ଼େ ଉତ୍ସବ ମୁଖର ହୋଇଉଠିଛି l କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ରବିବାର ଦିନ ସନ୍ଧ୍ୟା ସମୟରେ ଆଡ଼ମ୍ବର ସହକାରେ ପ୍ରାକ୍ ଖ୍ରୀଷ୍ଟ ଜୟନ୍ତୀ ମହୋତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବାଣିଜ୍ୟ କର ଅତିରିକ୍ତ କମିଶନର ଅମୀର ଚାନ୍ଦ ନାୟକଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସହକାରୀ ଯାଜକ ଉନିଲ ଦିଗାଲ, ସମ୍ମାନିତ ଅତିଥି ଭାବେ ଟ୍ରାଇ ବଲ୍ ଡାଇସେସ, ଫୁଲବାଣୀର ବିଶପ ଶରତ କୁମାର ପ୍ରଧାନ, ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁ, ବନାଞ୍ଚଳ ଅଧିକାରୀ ହରିହର ବେହେରା, ପାଷ୍ଟର ଚିତ୍ର ସେନ କାର୍ଜୀ ମାଝୀ , ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଧ୍ୟକ୍ଷ ପବିତ୍ର ବଡ଼ସେଟ୍ , ଯାଜକ ଭଞ୍ଜ କିଶୋର ନାୟକ, ଓଡ଼ିଆ ସାହି ର ଯୁବ ସଂଘ ସଦସ୍ୟ ଶ୍ୟାମ ମହାଙ୍କୁଡ, ବଜାର କମିଟି ରୁ ଗଣେଶ ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ । କାଥଲିକ ଗ୍ରାମ୍ୟ ଉନ୍ନୟନ କମିଟିର ଜିତୁ ସଭା ସୁନ୍ଦର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ କମିଟି ପକ୍ଷରୁ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ମଞ୍ଚକୁ ସ୍ଵାଗତ କରଯାଇଥିଲା, ଜାତୀ, ଧର୍ମ ,ବର୍ଣ୍ଣ ଓ ଦଳ ନିର୍ବିଶେଷରେ ଭାଇଚାରା ମଧ୍ୟରେ ଏହି ପ୍ରାକ୍ ଖ୍ରୀଷ୍ଟମାସ ଜୟନ୍ତୀ ମହୋତ୍ସବ ପାଳନ କରାଯାଇଛି l ଅତିଥିମାନଙ୍କ ଦ୍ଵାରା କେକ୍ କାଟି ପରସ୍ପରକୁ ଅଭିନନ୍ଦନ ଜ୍ଞାପନ କରିବା ସହ କେକ ବଣ୍ଟନ କରାଯାଇ ଥିଲା ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଯୀଶୁଙ୍କ ଜନ୍ମ ବୃତ୍ତାନ୍ତ ନାଟକ ପରିବେଷଣ କରିଥିଲେ, ଯୁବସଂଘ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରାଯାଇ ଥିଲା l ଏହି ଅବସର ରେ ବକ୍ତାମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସହ ଯୀଶୁ ନିଜେ ମାନବ ଦେହ ଧାରଣ କରି ସମଗ୍ର ମାନବ ଜାତି ଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ଏହି ଧାରା ପୃଷ୍ଟ ରେ ଜନ୍ମ ଗ୍ରହଣ କଲେ l ଏକ ଈଶ୍ୱରଙ୍କ ଠାରେ ବିଶ୍ୱାସ କରି ମନ ପରିବର୍ତ୍ତନ କରି ପାପ କର୍ମରୁ ମନ ଫେରଣ କରିବାକୁ ଶିକ୍ଷା ଦେଲେ l ଏଣୁ କୁକର୍ମ ପରିତ୍ୟାଗ କରି ନିଜକୁ ପରିବର୍ତ୍ତନ କରିବାର ସନ୍ଦେଶ ବକ୍ତାମାନେ ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକଙ୍କ ତତ୍ତ୍ଵାବଧାନରେ ବ୍ରାହ୍ମଣୀଗାଁ କାଥଲିକ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ ବାସ୍ତିରାୟ, ସମ୍ପାଦକ ରାଧାକାନ୍ତ ସିଂ ଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସରିତା ଦାସ ମଞ୍ଚ ପରିଚାଳନା କରିଥିଲେ ।