ଅର୍ଦ୍ଧାନିର୍ମିତ ଅବସ୍ଥାରେ ଗୋବରକୁଟି-ପାଡ଼ିକିଆ ରାସ୍ତା, ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରାଯୋଗୁଁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ରାସ୍ତା କାମ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର କୁମ୍ଭାରୀଗାଁ ପଞ୍ଚାୟତ I ଏହି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋବରକୁଟି ଛକଟାରୁ ପଡ଼ିକିଆ ୪ କିଲୋ ୮୦୦ ମିଟର ରାସ୍ତା ନିର୍ମାଣ ପାଇଁ ୧୭,୩୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାମ ଆରମ୍ଭ ହୋଇ ଥିଲା I ହେଲେ କୁମ୍ଭାରୀଗାଁ ମୁଣ୍ଡରେ ଥିବା ବ୍ରିଜଠାରୁ ପ୍ରାୟ ୫୦୦ ମିଟର ପାଇକ ସାହି ମଧ୍ୟ ଦେଇ ରାସ୍ତା ଯିବାକୁ ଥିବା ବେଳେ ରାସ୍ତାର ପ୍ରସ୍ତ ଅନୁଯାୟୀ ପାଇକ ସାହି ବାସିନ୍ଧାଙ୍କ ଗୃହ ରାସ୍ତାକୁ ଲାଗିକି ଥିବାରୁ ଗୃହ ଉଛେଦ ହୋଇ ପାରିନାହିଁ I ତେଣୁ ରାସ୍ତା କାମ ଠପ ହେବା ସହ ଯାତାୟାତରେ ସମସ୍ୟା ହେଉ ଥିବା ଅଞ୍ଚଳ ବାସି କହିଛନ୍ତି I

csp

ଏହି ରାସ୍ତା ଉପରେ କୁମ୍ଭାରୀଗାଁ ପଂଚାୟତର ୧୧ଟି ଗ୍ରାମ ଜିରୀହୋନଗର, ପଡ଼ିକିଆ, ରାଜନଗଡ, ଜାଡାବୁଡା, ଜୀରୀକୁଆ, ବାଲିଗୁଡ଼ି, କୁମ୍ବାରୀଗାଁ, ଦୋବେଡି, ସାଲବା, ଲମ୍ବକିଆରୀ, ମୁଣ୍ଡପାଦର ନିର୍ଭର କରୁଥିବା ବେଳେ ପଂଚାୟତ ମୁଖ୍ୟ କାର୍ଯ୍ୟଳୟ, ବ୍ଲକ, ଥାନା, ବଜାର ଇତ୍ୟାଦି ଜରୁରୀକାଳୀନ ସେବା ପାଇବା ସକାଶେ ଗମନାଗନ ପାଇଁ ଏହା ହିଁ ଏକ ମାତ୍ର ଭରସା ରାସ୍ତା I ଏଣୁ ପଂଚାୟତ ଓ ଗ୍ରାମବାସି ଏକ ବୈଠକ ଆୟୋଜନ କରି ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ I ସେହି ରାସ୍ତା ସୀମା ନିର୍ଧାରଣ କରାଯିବା ପରେ କିଛି ଗ୍ରାମ ବାସି ରାସ୍ତାର ପ୍ରଶସ୍ତି କରଣ ପାଇଁ ଆବଶ୍ୟକୀୟ ଜାଗା ଛାଡିବାକୁ ରାଜି ହୋଇଥିବା ବେଳେ କେତେକ ସ୍ୱାର୍ଥପର ଲୋକଙ୍କ ଚକ୍ରାନ୍ତ ଯୋଗୁଁ ରାସ୍ତାର ପ୍ରଶସ୍ଥି କରଣ ହୋଇ ନ ପାରି ଅର୍ଦ୍ଧାନିର୍ମିତ ଅବସ୍ଥାରେ ପଡ଼ି ରହିଛି I ଯାହାର ସୁଯୋଗ ନେଇ ଠିକାଦାର ଜଣକ ବାହାର ରାଜ୍ୟରୁ ଆସି ରାସ୍ତାର ନିର୍ମାଣ କାମ ଅସମ୍ପୂର୍ଣ୍ଣ ରଖି ଯାଇ ଥିବା ଅଞ୍ଚଳ ବାସୀ ମତ ପ୍ରକାଶ କରିଛନ୍ତି I ଏହି ସମସ୍ୟା ପାଇଁ ରାସ୍ତା ନିର୍ମାଣ କରୁଥିବା ଠିକାଦାର କାମ ବନ୍ଧ କରି ଛାଡି ଯାଇ ଥିବା ଦେଖା ଦେଇଛି I ଏଣୁ ଅଞ୍ଚଳ ବାସୀଙ୍କ ତରଫରୁ ରାସ୍ତା ସୀମା ନିର୍ଧାରଣ କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସ୍ଥାନୀୟ ସରପଞ୍ଚ, ରାଜସ୍ୱ ନିରୀକ୍ଷକ ତଥା ଦାରିଙ୍ଗବାଡ଼ି ତହସିଲଦାରଙ୍କୁ ଏବଂ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ଏହି ଘଟଣା ଉପରେ ପ୍ରଶାସନ ଗୁରୁତ୍ୱ ଦେଇ ନାହାନ୍ତି ବୋଲି ଗ୍ରାମର ବାସୀନ୍ଧା ପିତର ଶବର କହିଛନ୍ତି I ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରାଯୋଗୁଁ ରାସ୍ତାର ପ୍ରଶସ୍ଥିକରଣ ହୋଇ ପାରୁ ନାହିଁ ବୋଲି ଗ୍ରାମର ବାସୀନ୍ଧା ଜୁନେସ ବଡ଼ ରଇତ ମତପ୍ରକାଶ କରିଛନ୍ତି I ତେଣୁ ଜିଲ୍ଲା ପ୍ରଶାନ ଗୋବରକୁଟି ଛକ ଠାରୁ ପଡ଼ିକିଆ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟର ତଦନ୍ତ କରି ସ୍ଥାୟୀ ସମାଧାନ କିରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି I ଯଦି ପ୍ରଶାସନ ଅଞ୍ଚଳ ବାସୀଙ୍କ ସ୍ୱାର୍ଥ ଏବଂ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳର ବାସୀନ୍ଧା ପିତର ସବର, ଜୁନେଶ ବଡ଼ରଇତ, ଅନାମ ବଡ଼ରଇତ, ନବୀନ ବଡ଼ରଇତ, ସୁଲମ ବଡ଼ରଇତ, ପାଉଲ ବଡ଼ରଇତ, ଅବ୍ରାହାମ ଗମାଙ୍ଗ, ଆନ୍ଦ୍ରୀୟ ରଇତ ସମେତ ଅଞ୍ଚବାସୀ ଚେତାବନୀ ଦେଇଛନ୍ତି I