ଦାରିଙ୍ଗବାଡ଼ି ରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମିଶ୍ର କଲ୍ୟାଣ ମଣ୍ଡପ ଠାରେ ବୁଧବାର ବିଜେପି ଦଳର ସଦସ୍ୟତା ଗ୍ରହଣ କରିବା ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ଧମାଳ ଜିଲ୍ଲା ବିଜେପି ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସହ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲ୍ଲା ଉପସଭାପତି ତଥା କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡି ବ୍ଳକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜିଲ୍ଲା ସମ୍ପାଦକ ଭେଙ୍କେଟେଶ୍ୱର ବେହେରା, ପୂର୍ବତନ ବିଧାୟିକା ତଥା ଦାରିଙ୍ଗବାଡ଼ି ପ୍ରଭାରୀ ଅଜୟନ୍ତି ପ୍ରଧାନ, ଜିଲ୍ଲା ସମ୍ପାଦକ ହରେନ ସାହୁ ପ୍ରମୁଖ ଉପସ୍ଥିତ ରହି ଦାରିଙ୍ଗବାଡି ମଣ୍ଡଳର ୧୨ଟି ଶକ୍ତି କେନ୍ଦ୍ର କର୍ମକର୍ତା ଚୟନ କରିବା ସହିତ ପ୍ରତି ବୁଥ ପାଇଁ ଜଣେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଚୟନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଦାରିଙ୍ଗବାଡି ମଣ୍ଡଳରେ ୧୨ଟି ଶକ୍ତି କେନ୍ଦ୍ର ଥିବା ବେଳେ ମତଦାନ ପାଇଁ ୫୪ଟି ବୁଥ ରହିଛି l ବୈଠକରେ ରାଜ୍ୟ ଓ ଦେଶରେ ଡବଲ ଇଞ୍ଜିନ ସରକାର ଚାଲିଛି ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ ପଞ୍ଚାୟତ ସମିତି ଦଖଲ କରିବା ସହିତ ଜିଲ୍ଲା ପରିଷଦ ସମେତ ଏନଏସି ଓ ମ୍ୟୁନସି ପାଲଟି ନିଜର ହାତ ମୁଠାକୁ ନେଇ ରାଜ୍ୟରେ ଟ୍ରିପଲ ଇଞ୍ଜିନ ସରକାର ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମଙ୍ଗରାଜ ଉପସ୍ଥିତ କର୍ମକର୍ତା ଙ୍କୁ କହି ଆଗାମୀ ୧୫ତାରିଖ ସୁଦ୍ଧା ଅନଲାଇନ ଯୋଗେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଜୋରଦାର କରିବା ସହିତ ଅଫ ଲାଇନରେ ମଧ୍ୟ ସଦସ୍ୟତା ସଂଗ୍ରହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ସାଧାରଣ ସମ୍ପାଦକ ମିଟୁ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ନାରାୟଣ ବେହେରା, ମହେନ୍ଦ୍ର ଦାସ ପ୍ରଭାକର ସାହୁ ଙ୍କ ସମେତ ବରୁଣ କୁମାର ପାତ୍ର ମୋହନ ପ୍ରଧାନ, ଭାଲୁ ସାହୁ, ଏଲିଓ ପତି ନାୟକ, କୁନାଲ ଦିଗାଲଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ l