ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଘୁମୁସର ବୈଦ୍ୟ ସଂଘ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ କୁଶପଲ୍ଲୀ ଠାରେ ମହାସମାରୋହରେ ପାଳିତ ହୋଇଛି । ସକାଳୁ ଦେବଶ୍ରୀ ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା ପରେ ସଭାପତି ଗୋପାଳକୃଷ୍ଣ ପତିଙ୍କ ପୌରହିତ୍ୟରେ ପତକା ଉତ୍ତୋଳନ କରାଯାଇଥିଲା । ଏହାପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣୀ ବିଷୋୟୀ ଯୋଗଦେଇ ପାରମ୍ପରିକ ଚିକିତ୍ସାରେ କିଭଳି ଅଧାଧ୍ୟ ରୋଗରୁ ଉପଶମ ମିଳିଥାଏ କହିବା ସହ ସଂଘର ଉନ୍ନତି ପାଇଁ ସହଯୋଗର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍ ବିବେକ ଦାସ, ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ ଦାସ, ପିତବାସ ସାହୁ, ସୁଶାନ୍ତ କୁମାର ସାହୁ, ପ୍ରଫୁଲ କୁମାର ଜେନା ପ୍ରମୁଖ ଯୋଗଦେଇ ସଂପ୍ରତିକ ପାରମ୍ପରିକ ଚିକିତ୍ସା ଦିଗରେ ବୈଦ୍ୟମାନଙ୍କ ଭୂମିକା ସଂର୍ପକରେ ଆଲୋଚନା କରିଥିଲେ । ବିଶେଷ କରି ବନ ଔଷଧୀ ରକ୍ଷଣାବେକ୍ଷଣା ଦିଗରେ ବୈଦ୍ୟ ମାନଙ୍କ ସହଯୋଗ କିଭଳି ରହିବା ଆବଶ୍ୟକ ସେ ସଂର୍ପକରେ କହିଥିଲେ । ଏଥିସହ ବୈଦ୍ୟ ପରମ୍ପରାକୁ ଉଜ୍ଜିବତ ରଖିବା ପାଇଁ ନୂଆଁ ପିଢି ସୃଷ୍ଟି କରିବାକୁ ଅତିଥି ଆହ୍ବାନ ଦେଇଥିଲେ । ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଉପସଭାପତି ତ୍ରିଲୋଚନ ବିଷୋୟୀ, କେ.ଶ୍ରୀନିବାସ ପାତ୍ର, ଦିଲ୍ଲିପ କୁମାର ସ୍ବାଇଁ, ରୋହିତ ମଲିକ, ସୁରେନ୍ଦ୍ର ନାଥ ସାହୁ, ସନ୍ତୋଷ କୁମାର ସାହୁ,ଚନ୍ଦ୍ର ଶେଖର ପାତ୍ର, ସତ୍ୟ ନାରାୟଣ ଡାକୁଆ,ପ୍ରବୀଣ କୁମାର ସାମନ୍ତରା, ରଙ୍କନିଧି ବାଡତ୍ୟା, ନିଳାଞ୍ଚଳ ବାଡତ୍ୟା, ଶାନ୍ତୁନୁ କୁମାର ମହାନ୍ତି, ମହେଶ୍ବର ବିଷୋୟୀ, ଗୋପାଳ ଆରୁଖ, ଶାନ୍ତିଲତା ପତି, ଭରତ ପ୍ରଧାନ, ବିରୁପାକ୍ଷ ବେହେରା, କାହ୍ନୁ ଚରଣ ଦାସ, ଲକ୍ଷ୍ମଣ ନାୟକ, କମଳ ଲୋଚନ ପଣ୍ଡା ପ୍ରମୁଖ ବୈଦ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ବୈଦ୍ୟ ଭିକାରୀ ଚରଣ ଗୌଡ ଏବଂ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବୃନ୍ଦାବନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।