ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବିଳମ୍ବିତ ରାତ୍ରିରେ ଚଢ଼ାଉ କରି କାଠ ଗଣ୍ଡି ବୋଝେଇ ଏକ 407 ଗାଡ଼ି ଜବତ କରି ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି I 
ସୂଚନା ଅନୁଯାଇ ବ୍ରାହ୍ମଣୀ ଗାଁ ବନାଞ୍ଚଳ ଅନ୍ତର୍ଗତ ଡ଼ଡ଼ାଙ୍ଗି ସଂଗ୍ର କ୍ଷିତ ଜଙ୍ଗଲ ରୁ ମୂଲ୍ୟବାନ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ଥିବା ନେଇ ଅଂଚଳ ବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ବି କାଠ ମାଫିଆ ମାନେ ଖସି ଯାଉଥିଲେ I ଏହାକୁ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିଲା I ବିଭିନ୍ନ ଗ୍ରାମରେ ସଚେତନା କରି ଭିଏସଏସ ଗଠନ କରି ଗ୍ରାମବାସୀ ସହଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା I ମଙ୍ଗଳବାର ଦିନ କୁମ୍ଭାରୀ ଗାଁ ଭିଏସଏସ ସଦସ୍ୟ କାଠ ଚୋରା ଚାଲାଣ ହେବାର ସୂଚନା ପାଇ ବନ ବିଭାଗକୁ ଜଣାଇ ଥିଲେ I ଉକ୍ତ ଖବର ପାଇ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀଙ୍କ ନେତୃତ୍ୱରେ ସଦଳବଳେ ଭିନ୍ନ ଭିନ୍ନ ଦଳ ଗଠନ କରି ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ବିଳମ୍ବିତ ରାତ୍ରିରେ ଚଢ଼ାଉ କରି ଉକ୍ତ ଗାଡ଼ି ଓ ସେହି ଗାଡ଼ିରେ ଲୋଡ଼ ଅନଲୋଡ଼ କରିବାକୁ ଯାଇଥିବା ସାତ ଜଣଙ୍କୁ କାବୁ କରି ଅଧିକ ପଚରା ଉଚରା କରିବାକୁ ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ଥିଲେ I ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ଗାଡ଼ି ମାଲିକ ଙ୍କୁ ଗିରଫ କରି ଥିଲେ I ଏନେଇ ଓ ଆର କେଶ ନମ୍ବର ୨୩/୨୦୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ବନାଞ୍ଚଳ ଅଧିକାରୀ ଯାନୀ ସୂଚନା ଦେଇଛନ୍ତି I ଚାଢ଼ାଉ ବେଳେ ଗଦାପୁର ବନପାଳ ଅଞ୍ଜନ ନାୟକ, ବ୍ରାହ୍ମଣୀଗାଁ ବନାଞ୍ଚଳ ରୁ ଦୀପକ ରଞ୍ଜନ ପଟନାୟକ, ସଞ୍ଜୀବ ବେହେରା, ମନରଞ୍ଜନ ପରିଛା ସମେତ ସମସ୍ତ ବନ କର୍ମଚାରୀମାନେ ସମିଲ ହୋଇଥିଲେ I