ନୂଆପଡା(ବିରବଲ ପ୍ରଧାନ): ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ନୂଆପଡା ଜିଲ୍ଲପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସନ୍ଧ୍ୟାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ସୁନାମଧନ୍ୟ ଲେଖକ ଡ଼ଃ ବାସୁଦେବ ସୁନାନୀ, ଡ଼ଃ କପିଳେନ୍ଦ୍ର ଦାସ ଓ ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ ପାଢ଼ୀ ବକ୍ତା ହିସାବରେ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ l ସଭାପତି ଭାବରେ ଜିଲ୍ଲାପାଳ କହିଲେ ଯେ ଗାନ୍ଧିଜୀଙ୍କ ମୃତ୍ୟୁର ଏତେବର୍ଷ ପରେବି ଗାନ୍ଧୀ ବିଚାର ଧାରାର ପ୍ରାସଙ୍ଗିକତା ରହିଛି l ଏହା ଭିତରେ ସାହିତ୍ୟ ବିଜ୍ଞାନ ଦର୍ଶନ ଏବଂ ଜୀବନର ପ୍ରାଣ ପ୍ରାଚୁର୍ଯ୍ୟତା ଭରି ରହିଛି l ଆହୁରି ଅନେକ କାଳ ଯାଏଁ ଗାନ୍ଧୀ ବିଚାରଧାରା ଆମକୁ ଆଲୋକର ପଥ ଦେଖାଇବ l ଏହି ଆଲୋଚନା ଚକ୍ରରେ ଅନେକ ଗାନ୍ଧୀ ପ୍ରେମୀ ଶ୍ରୋତା ଉପସ୍ଥିତ ଥିଲେ l ଶେଷରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଗାନ୍ଧୀ ଜୀବନୀ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ବିଭୁଦତ୍ତ ମିଶ୍ର ସଂଯୋଜନା କରିଥିଲେ l