ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଳା ସଦର ମହକୁମାରେ ମହାସମାରୋହରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ସ୍ଥାନୀୟ ଗାନ୍ଧୀ ଉଦ୍ୟାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ସଭାରେ ଜିଲ୍ଲପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ l ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପସିଂ ମାଝୀ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ଡ଼ଃ ଶିବ ପ୍ରସାଦ ବେହେରା ଏବଂ ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ପ୍ରସନ୍ନ ପାଢ଼ୀ ଯୋଗଦେଇଥିଲେ l ଅତିଥି ଏବଂ ବକ୍ତାମାନେ ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ଏହି ମହାପୁରୁଷମାନଙ୍କ ସ୍ମୃତି ଚାରଣ କରି ଆମ ଦେଶ ଓ ସମାଜ ପ୍ରତି ସେମାନଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ବିଭୁଦତ୍ତ ମିଶ୍ର ସଭା ସଂଯୋଜନା କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପ୍ରଶାସନ ଓ ଏସବିଆଇ ତରଫରୁ ସମ୍ମାନିତ କରାଯାଇଥିଲା l ସଭାପରେ ଛାତ୍ରଛାତ୍ରୀମାନେ ସଫେଇ ଅଭିଯାନ ରାଲିରେ ସହର ପରିକ୍ରମା କରିଥିଲେ l ଆଜିର ଏହି ସମାରୋହରେ ଜିଲ୍ଲାର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ, ଲୋକପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱୟଂସହାୟକ ଦଳ, ସଫେଇ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l