ପୁରୀ(ମାନସ କୁମାର ଦାସ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଜଗନ୍ନାଥଙ୍କୁ ଗାଡ଼ିରେ ବୁଲାଇ ଜନସାଧାରଣଙ୍କ ଠାରୁ ଯେଉଁ ଚାଉଳ ଦାନ ଆକାରରେ ସଂଗ୍ରହ କରାଯାଇଥିଲା ତାହାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏସବୁ ଚାଉଳକୁ ମିଲକୁ ଦେବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ । କୌଣସି ମିଲ୍ ଚାହିଁଲେ ଅର୍ପଣ ଚାଉଳକୁ ନେଇପାରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ । ଅର୍ପଣ ଚାଉଳ ସମ୍ପର୍କରେ ଜିଳାପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କୌଣସି ମିଲର୍ସ ଚାହିଁଲେ ଅର୍ପଣ ଚାଉଳ ନେଇପାରିବେ । ଏ ବାବଦରେ ଯେଉଁ ଟଙ୍କା ଆସିବ ତାହା ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେବ । ସେହିପରି ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ହବିଷ୍ୟାଳିଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି ବୋଲି ଜିଲାପାଳ କହିଛନ୍ତି । ଅଢ଼େଇ ହଜାର ମହିଳା ଆବେଦନ କରିପାରିବେ ବୋଲି ସେ କହିଛନ୍ତି ।