ରାୟଗଡ଼ ଶତାବ୍ଦୀ ବାପଟିଷ୍ଟ ମଣ୍ଡଳୀର ନୂତନ ଗୀର୍ଜଘର ଉଦଘାଟିତ…

ରାୟଗଡା(ଟିକି ଲିମା): ଉତ୍କଳ ବାପ ଟିଷ୍ଟ ମଣ୍ଡଳୀ ସମ୍ମିଳନୀର  ଶତାବ୍ଦୀ  ରାୟଗଡ଼ ବାପ ଟିଷ୍ଟ୍ ମଣ୍ଡଳୀର  ଟିଣ ଗୀର୍ଜ ଉପାସନା ଘର  ଆଜି ୨୯ ସେପ୍ଟେମ୍ବର  ରବିବାର ଉପାସନା ଦିବସ ରେ ଉଦ୍ଘାଟିତ ହୋଇଯାଇଛି l ରାୟଗଡ଼ ବାପ ଟିଷ୍ଟ୍ ମଣ୍ଡଳୀର ସମସ୍ତ ମୁଖ୍ୟକର୍ମକର୍ତ  ଶାଖା ମଣ୍ଡଳୀର ଚାଳକ, ମୁଖ୍ୟକର୍ମକର୍ତା ମଣ୍ଡଳୀର ବିଶ୍ବାସୀ ବିଶ୍ୱଶିନିମାନଙ୍କ ଉପସ୍ଥିତିରେ ଉପାସନା କାର୍ଯକ୍ରମ ମହାଆନନ୍ଦ ଏବଂ ଖ୍ରୀଷ୍ଟିୟ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମର  ପ୍ରାରମ୍ବରେ  ମଣ୍ଡଳୀର ମୁକଖ୍ୟକର୍ମକର୍ତ୍ତା ସମ୍ପାଦକ ନିରୋଜ ବର୍ଦ୍ଧନ, ଡିକନ୍ ନାହସନ୍ ସୁଆଲସିଂ, ସହ ସଂପାଦକ ନମୁଏଲ୍ ମିଶାଲ, କୋଷାଦକ୍ଷ ସେଥ ମିଶାଲ,  ସହ କୋଷାଦକ୍ଷ ପ୍ରୀତି ଫୁଲ ପାଣି ଏବଂ ଅନ୍ୟାନ୍ୟ ସଦସ୍ୟଗଣ, ମଣ୍ଡଳୀର ପାଳକ ଆଚାର୍ଯ୍ୟ ଗିଦିୟନ ମିଶାଲ, ମୁଖ୍ୟ ଅତିଥି ପ୍ରଫେସର ରାଜପତି ପାଣିଙ୍କୁ ନୂତନ ଗୀର୍ଜୀ ଘର ପର୍ଯ୍ୟନ୍ତ ନୃତ୍ୟ, ସଂଗୀତ ଗାନ କରି ବାଦ୍ୟ ଯନ୍ତ୍ରରେ ପାଛଟି ଆଣିଲେ l ମଣ୍ଡଳୀର ପାଳକ ଆଚାର୍ଯ୍ୟ ଗିଦିୟନ ମିଶାଲ ମୁଖ୍ୟ ଅତିଥି ପ୍ରଫେସର ରାଜପତି ପାଣି,  SFC ଅନୁଷ୍ଠାନର ନିର୍ଦ୍ଦେଶକ ନାବୋଦ କୁମାର ବର୍ଦ୍ଧନଙ୍କ ସହଯୋଗରେ ଆଚାର୍ଯ୍ୟ ପାଳକ ଗିଦିୟନ ମିଶାଲ ନୂତନ ଟିଣ  ଗୀର୍ଜାଘରକୁ ଉଦ୍ଘାଟନ କରିଥିଲେ l ଏହି ଅବସରରେ  ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତା ନୂତନ ଟିଣ  ଗୀର୍ଜାଘରର ନିର୍ମାଣଦାୟୀତ୍ୱ ନେଇଥିବା ନାବୋଦ ବର୍ଦ୍ଧନଙ୍କୁ  ମଞ୍ଚରେ ସମ୍ମାନୀତ କରିଥିଲେ l ସେହିପରି ଗ୍ଲୋବାଲ ଇଣ୍ଡିଆ ଫାଇଥ Tabernacle Societyର ନିର୍ଦ୍ଦେଶକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନଅଙ୍କୁ ମଧ୍ୟ ଉପଢୋକନ ଦେଇ ମଞ୍ଚରେ ସ୍ବାଗତ କରିଥିଲେ l ଅତି ଅଳ୍ପ ସମୟରେ ସମସ୍ତ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାପ୍ତ ହୋଇଥିବାରୁ ମଣ୍ଡଳୀର ସମ୍ପାଦକ ନୀରୋଜ୍ ବର୍ଦ୍ଧନ ମଣ୍ଡଳୀର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସମସ୍ତ ମଣ୍ଡଳୀର ବିଶ୍ବାସୀ ଓ ବିଶ୍ୱାଶିନିମାନଙ୍କୁ ମିଷ୍ଟାନ ବଣ୍ଟନ କରଯାଇଥିଲା ।