ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ନୂଆ ଅମଲି ପାଲି ନିକଟର ଟ୍ରଲର ଧକ୍କାରେ ଜଣେ ମହିଳା ସମେତ ତାଙ୍କର ଛଅ ଗୋଟି ଛେଳିଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ନୂଆ ଅମଲି ପାଲିର ଗୁରୁବାରି ବୁଡ଼ା (୫୮) । ବେପରୁଆ ଗାଡ଼ି ଚାଳନା କରିବା ସହ ରନ ୱେ ରେ ଚାଳନା କରି ଚାଳକ ଏହି ଘଟଣା ଘଟାଇଛି । ତେବେ ଟ୍ରଲରଟି ସୁନ୍ଦରଗଡ଼ ପାରିଜାତ ପାର୍କ ପଟୁ ଏମସିଏଲକୁ କୋଇଲା ଆଣିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଛି । ଦୁର୍ଘଟଣା ଘଟାଇବା ପରେ ଚାଳକ ଫେରାର ହୋଇଯାଇଛି। ତେବେ ଟାଉନ୍ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛି ।