ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅର୍ନ୍ତଗତ ଫିରିଙ୍ଗିଆ ବ୍ଲକ, ମାଝିପଡ଼ା କ୍ଲଷ୍ଟରର ଜାତାଜିରୀ ପ୍ରାର୍ଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଅଜିତ୍ କୁମାର ବେହେରାଙ୍କ ତତ୍ୱାବଧାନରେ ଚଳିତ ମାସ କ୍ଲଷ୍ଟର ଲେବଲ ମାସିକ ବୈଠକ ଶାନ୍ତି ଶୃଙ୍ଖଳାରେ ହୋଇଯାଇଥିବା ଜଣାପଡ଼ିଛି । ଏଥିରେ ସି.ଆର୍.ସି.ସି ମାଝିପଡ଼ା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଯଥା ବଳରାମ ମିଶ୍ର, କେଶବ ନାୟକ, ବିଣ୍ଟୁ ଦିଗାଲ, ନିଳମଣି କହଁର, ପ୍ରଦ୍ୟୁମ୍ନ ଦିଗାଲ, ଅରକ୍ଷିତ ସାହାଣି, ମୃତ୍ୟୁଞ୍ଜୟ କହଁର, ଗୋକୁଳନ୍ଦ ମଲ୍ଲିକ, ବିରେନ୍ଦ୍ର ସାହାଣି, ଚନ୍ଦ୍ରାବତି କହଁର, କାଳିଆ କହଁର, ଅଜୟ ମହାନ୍ତି ଓ ସହଯୋଗି ଅନ୍ୟଶିକ୍ଷକ ଶିକ୍ଷୟତ୍ରି ଉପସ୍ଥିତ ରହି ବୈଠକର F.L.N Course ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି । CRCC ମହୋଦୟ ବୈଠକକୁ ପୁର୍ବାନ ୧୦ ଘଣ୍ଟା ସମୟରେ ଧୁପ ଦିପ ପ୍ରଜ୍ୱୋଳନ ସମେତ ଆରମ୍ଭ କରି ଅପରାହ୍ନ ୪ଘଣ୍ଟିକା ପର୍ଯନ୍ତ ଉପସ୍ଥିତ ଥିବା ଶିକ୍ଷକ ମାନଙ୍କୁ ନେଇ ପ୍ରାଞ୍ଜଳ ଭାବରେ ଆଲୋଚନା ସହ ବୈଠକକୁ ଅଗ୍ରସର କରିଥିଲେ ।