ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଠାରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି I ରାଜ୍ୟ ସରକାରଙ୍କ ନିସ୍ପତି ପ୍ରକାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ବାରା ପ୍ରତ୍ୟେକ ତିନି ମାସର ଶେଷ ମାସ ୨୭ତାରିଖ ଦିନ ଶିଶୁମାନଙ୍କ ପାଇଁ ପାଳନ କରିବାକୁ ସ୍ଥିର କରାଯାଇଅଛି I ଏଣୁ ଏହି ଦିବସରେ ବ୍ଲକ ସ୍ତରରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସକାଶେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଆୟୋଜନ କରାଯାଇଛି I
ଏହି ବୈଠକରେ ଶିଶୁମାନଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ଆଲୋଚନା କରିବା ସହିତ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ସକାଶେ ଆଲୋଚନା କରା ଯାଇ ଥିଲା I ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ମଲ୍ଲିକ , ସ୍ଥାନୀୟ ଥାନା ଅଧିକାରୀ ବାବା ଶଙ୍କର ସରାଫ, ଜି.ପି.ଇ.ଓ ,ବି.ଏସ.ଏସ.ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏ .ବି.ଇ.ଓ, ଆଇ.ସି.ଡି.ଏସ ସୁପ୍ରଭାଇଜର ଚାଇଲଡ଼ ଲାଇନ, ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା ଓ ଅନ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ I ବାଲିଗୁଡା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଟାକ୍ସ ଫୋର୍ସର ଆବାହିକା ତଥା ଶିଶୁ ବିକାଶ ଯୋଜନା ଅଧିକାରୀ ଅନିତା କୁମାରୀ ଦାସ ଏହି ବୈଠକକୁ ପରିଚାଳନା କରିଥିଲେ I