ସରକାରୀ କୋଭିଡ ନିୟମାବଳୀକୁ ମାନୀ ତୁମୁଡିବନ୍ଧ ବ୍ଲକର ନେତାଜୀ ସୁଭାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷାଦାନ ଆରମ୍ଭ…

ଅନୁସନ୍ଧାନ ଭାରତ(ବ୍ୟୁର): ସାରା ବିଶ୍ଵ କୋରୋନାରେ ପ୍ରଭାବିତ I କରୋନାର ପ୍ରଭାଵରେ ଜନଜୀବନ ଅସ୍ତବ୍ୟସ୍ତ I ଏହାକୁ ରୋକ ଲଗେଇବା ପାଇଁ ସରକାର ସମସ୍ତ ସ୍କୁଲ, କଲେଜ, ଚର୍ଚ୍ଚ, ମସଜିଦ, ମନ୍ଦିରକୁ ବନ୍ଦ କରିଦେଇଥିଲେ I କିନ୍ତୁ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ଅନଲାଇନ ପାଠ ପଡ଼ା ବ୍ୟବସ୍ଥା ଆରମ୍ଭ କରିଥିଲେ ସରକାର I ହେଲେ ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ନେଟ ୱାର୍କ ସୁବିଧା ଉପଲବ୍ଧ ନଥିବା ବେଳେ ପୁଣି ଅଭାବି ଗରିବଙ୍କ ନିକଟରେ ମୋବଇଲ ସୁବିଧା ନଥିବା ହେତୁ ଅନେକ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉ ଥିଲେ ଛାତ୍ରଛାତ୍ରୀ I ହେଲେ ଏହି ଅସୁବିଧାର ଅନ୍ତ ଘଟିଛି I ଗତ କାଲି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଡ଼ା I ଆଉ ରହିବ ନାହିଁ ଅନଲାଇନ ଓ ନେଟ ୱାର୍କର ଅସୁବିଧା I କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ନେତାଜୀ ସୁଭାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଧା ସଳଖ ଶ୍ରେଣୀ ଗୃହରେ ବସି ପାଠ ପଡୁଛନ୍ତି ଛାତ୍ରଛାତ୍ରୀ I ସରକାର ଜାରି କରିଥିବା କୋଭିଡ ଗାଇଡ଼ ଲାଇନକୁ ଅନୁସରଣ କରି ଶ୍ରେଣୀ ଗୃହରେ ଆରମ୍ଭ ହୋଇଛି ପାଠ ପଡ଼ା I କୋରୋନାର ଦ୍ୱିତୀୟ ଲହରର ଭୟ ଓ ତୃତୀୟ ଲହରର ଆଶଙ୍କା ଥିଲେ ସୁଦ୍ଧା ଦୀର୍ଘ ଦିନ ପରେ ସ୍କୁଲ ଖୋଲି ଥିବାରୁ ଆଖିରେ ଆଖିଏ ସ୍ବପ୍ନ ନେଇଁ ନିଜର ଭବିଷ୍ୟତ ଗଡ଼ିବା ପାଇଁ ପୁଣି ସ୍କୁଲ ମୁହାଁ ଛାତ୍ର ଛାତ୍ରୀ I ନିର୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଞ୍ଚି ଶ୍ରେଣୀ ଗୃହକୁ ପଶିବା ପୂର୍ବରୁ ସମସ୍ତଙ୍କୁ ସ୍କାନିଂଗ କରାଯାଇ, ସାନିଟାଇଜରେ ହାତ ସଫା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯିବାର ଦେଖିବାକୁ ମିଳିଛି I