ପାରଳା ବିଧାୟକ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପାତିମୂଲ କଲୋନୀ ଠାରେ ପାରଳା ବିଧାୟକ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିକାର କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ସମାଜସେବା ତଥା ପରିବେଶ ବିତ୍ ସୁସ୍ଥିର ଷଡ଼ଙ୍ଗୀ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଗୁମ୍ମା ବ୍ଲକରେ ବିଭିନ୍ନ ପରିବେଶ ଓ କିପରି ଗଛ ଲଗାଇବା ଉଚିତ୍ ତାହା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ସାମାଜିକ କର୍ମୀ ଅକ୍ଲାନ୍ତ ଲିମା, ଆଦିବାସୀ ଚାଷୀ ନେତା ଲୁକ ଗମାଙ୍ଗ, ସିମୋନ ଭୂୟାଁ, ଗୁମ୍ମା ସରପଞ୍ଚ ପିତମଣୀ ରଇତ, ବୃଷଭ ସମିତି ସଭ୍ୟ ବୁଲୁ ରଇତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିତମ ପାଲ୍, ମସୂଳନ ରଇତ, ସନ୍ତୋଷ କୁମାର ପରିଚ୍ଛା, ସନ୍ତୋଷ କୁମାର ଦଣ୍ଡସେନା, ଫିରୋଜ୍ ପାଣି ପ୍ରମୁଖ ସହାୟତା କରିଥିଲେ । ସମ୍ବାଦ ଗଜପତି ପ୍ରତିନିଧି ଶ୍ରୀକାନ୍ତ ମହାରଣା କାର୍ଯକ୍ରମ ପରିଚାଳନା କରିବା ସହ ନୀରୋଜ୍ କୁମାର ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।