ଭଞ୍ଜନଗର(ନିଲୁ ବିଷୋୟୀ) : ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକାକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି । ସେଥିମଧ୍ୟରୁ ଭଞ୍ଜନଗରରେ ୭ ଟି, ବ୍ରହ୍ମପୁର ତୁଳସୀନଗର ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ଚାଲିଛି । ଚଢାଉ ସମୟରେ ଏକାଧିକ ମୂଲ୍ୟବାନ କୋଠା ବିଭାଗ ପକ୍ଷରୁ ଠାବ କରାଯାଇଛି । ଚୂଡାନ୍ତ ରିପୋର୍ଟ ଆସିବା ପରେ କେତେ ସମ୍ପତ୍ତି ଠାବ ହୋଇଛି ଜଣାପଡ଼ିବ । ଏହି ଚଢାଉରେ ୭ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ପ୍ରମୁଖ ସାମିଲ ଅଛନ୍ତି ।
ସୂଚନାଯାଗ୍ୟ, ପ୍ରସନ୍ନ କୁମାରଙ୍କ ବିରୋଧରେ ବହୁଦିନ ହେବ ଆୟବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଥିଲା । ତେଣୁ ଭିଜିଲାନ୍ସ ଟିମ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା । ପ୍ରମାଣ ଏକାଠି କରିବା ପରେ ଆଜି ଭିଜିଲାନ୍ସ ଟିମ ସକାଳୁ ସକାଳୁ ଚଢାଉ କରିଛି ।
Prev Post