ଗନିଆରୀ ସାପ୍ତାହିକ ବଜାର ଉଦ୍ଘାଟିତ….

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ବସ୍ ଷ୍ଟେସନ ନିକଟରେ ଗନିଆରି ସାପ୍ତାହିକ ବଜାର ଆଜି ଉଦ୍ଘାଟିତ ହୋଇଯାଇଛି । ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ ଏବଂ ଗନିଆରିର ଯୁବକଙ୍କ ପ୍ରୟାସରେ ଲୋକେ ସୁଲଭ ମୂଲ୍ୟ ପନିପରିବା ସହ ଘର କିରଣା ସାମଗ୍ରୀ କିଣା ବିକା କରି ପାରିବେ ସେ ନେଇ ଅଭିନବ ପ୍ରୟାସ କରିଛନ୍ତି । ଏହି ବଜାର ହେବା ଦ୍ଵାରା ଲୋକେ ଦୂର ଦୁରନ୍ତର ବଜାରକୁ ଯାଇ କିଣା ବିକା କରୁଥିଲେ । ନିକଟରେ ଥିବା ଗାଁ ଲୋକେ ବିଭିନ୍ନ ସାମଗ୍ରୀ ବିକ୍ରି ପରିବାର ପ୍ରତି ପୋଷଣ କରିବେ ବୋଲି ସରପଞ୍ଚ କହିଥିଲେ । ବଜାରରେ 100ରୁ ଉର୍ଦ୍ଧ ବେପାରୀ ଆସି ବେପାର କରିଥିଲେ । ପ୍ରଥମେ ଗାଁ ଇଷ୍ଟ ଦେବା ଦେବୀଙ୍କ ପୂଜା କରି ଶୁଭ ସ୍ତମ୍ ସ୍ଥାପନ କରିଥିଲେ । ଏହି ଅବସରରେ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ସମାଜ ସେବୀ ତରୁଣ ରଥ, ଅଜୟ ଗହିର, ସୋମନାଥ ଖମାରୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ସ୍ଥାନରେ ପ୍ରତି ଶୁକ୍ରବାର ବଜାର ବସିବ ବୋଲି ବଜାର କମିଟି ସୂଚନା ଦେଇଛନ୍ତି ।