ଅନୁସନ୍ଧାନ ଭାରତ(ବ୍ୟୁର): ପରିବେଶ ସୁରକ୍ଷା,ଆମରି ରକ୍ଷା I ଗଛଟିଏ, ମଣିଷଟିଏ I ଏମିତି ସ୍ଲୋଗାନ ଆମେ ସମସ୍ତେ ଦେଉଛୁ ସତ I କିନ୍ତୁଏହାକୁ ସମସ୍ତଙ୍କ ହୃଦୟରେ ବିଶ୍ୱାସ ଜନ୍ମାଇବାକୁ ଆମ ସମସ୍ତଙ୍କ ଭୂମିକା ରହିବା ଦରକାର I ଆମେ ନିଜକୁ ଯଦି ପ୍ରଶ୍ନ କରିବା ତାହେଲେ ନିଶ୍ଚିତ ବୁଝି ପାରିବା ପକୃତରେ ଗୋଟିଏ ଗଛ ମଣିଷ ପାଇଁ କେତେଯେ ମୂଲ୍ୟବାନ I ଯେଉଁ ଗଛକୁ ପକୃତି ସୃଷ୍ଟି କରି ସମଗ୍ର ପୃଥିବୀକୁ ବଞ୍ଚାଇ ରଖିଛି I ଏହି ମଣିଷ ଠାରେ ସବୁ ଅଜାଡ଼ି ଦେଇଛି ଇ ଛାଇ ଠାରୁ ଆରମ୍ଭ କରି ଫୁଲ, ଫଳ, ପତ୍ର, କାଠ
ଫନିଚର, ଔଷଧ,ଅମ୍ଳଜାନ ଏଭଳି ଅନେକ ଅନେକ ଯାହା ବର୍ଣନା କରି ହେବନାହିଁ I
ଯଦି ପରିବେଶ ସୁରକ୍ଷୀତ ରହିଛି ତାହେଲେ ନିଶ୍ଚିତ ଆମେ ସମସ୍ତେ ଜୀବନ ସାରା ସୁସ୍ଥ ରହିବା ଓ ଶାନ୍ତିରେ ଜୀବନ ବିତାଇବା I ଜୀବିକା ପାଇବାରେ ଅଭାବ ରହିବ ନାହିଁ I ଆଜି ଯଦି ଭଲରେ ଚିନ୍ତା କରିବା ୨୫/୩୦ ବର୍ଷ ତଳେ ଯେଉଁ ପ୍ରକୃତି ଥିଲା ତାହା ଆଜି କେତେ ଯେ ଲୋପ ପାଇଯାଇଛି I ଯୋଉଥି ପାଇଁ କେତେନ ବିପଦ ମାଡିଚାଲିଛି ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ, ଅଦୃଶ୍ୟ ରୋଗ ଇତ୍ୟାଦି I ତେଣୁ ପ୍ରକୃତିକୁ ବଞ୍ଚାଇଲେ ଆମେ ସମସ୍ତେ ବଞ୍ଚିବା ତେଣୁ ବର୍ତ୍ତମାନ ବି ସମୟ ଅଛି I ଆସନ୍ତୁ ସମସ୍ତେ ସଂକଳ୍ପ ନେବା ପକୃତି ପ୍ରେମୀ ହେବା ଓ ଆମ ପରିବେଶକୁ ସବୁଜବନାନୀରେ ପରିଣତ କରିବା I ଏହି ଚିନ୍ତାଧାରାକୁ ନେଇ ଗଛ ଲଗାଇବାରେ ନିଜ ମନ ପ୍ରାଣ ପ୍ରକୃତି ପାଖରେ ଅର୍ପଣ କରିଦେଇଛନ୍ତି ସମାଜସେବୀ ତଥା ସାମ୍ବାଦିକ ବୈଦ୍ୟନାଥ ବେହେରା I ବୃକ୍ଷ ରୋପଣ ମାଧ୍ୟମରେ ଏକ ସୁନ୍ଦର ସଚେତନତାର ବାର୍ତ୍ତା ସମାଜକୁ ଦେଇ ଛନ୍ତି ସମାଜ ସେବୀ/ ସାମ୍ବାଦିକ I