ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଇବା ସମୟରେ ବୁଡି ଯାଇ ଦୁଇ ନାବାଳକ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ପ୍ରକାରେ, ରବିବାର ସନ୍ଧ୍ୟାରେ ଲାଲସିଙ୍ଗି ଗ୍ରାମର କାହ୍ନୁ ପ୍ରଧାନ(୧୭) ଏବଂ ଆଶୁତୋଷ ଭୂୟାଁ(୧୭) ସାଙ୍ଗ ମାନଙ୍କ ସହ ଭଞ୍ଜନଗର ଘାଇକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଗାଧୋଇବା ସମୟରେ ହଟାତ ଦୁଇଜଣଙ୍କ ଗୋଡ ଖଯିବାରୁ ଗଭୀର ପାଣିଭିତରକୁ ଯାଇ ବୁଡି ଯାଇଥିଲେ । ସାଙ୍ଗମାନେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଅଗ୍ନିଶମ ବିଭାଗ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗଭୀର ଜଳରୁ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଉଭୟକୁ ମୃତ ଘୋଷଣା କରିଥିଲେ । ଅନ୍ୟ ସାଙ୍ଗ ମାନେ ସୁରକ୍ଷିତ ଅଛନ୍ତି । ଉଭୟ ଛାତ୍ର ସ୍ଥାନୀୟ କେଏସୟୁବି କଲେଜରେ ପଢୁଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।